ବଡବିଲରେ ବଡ ଧରଣର ବ୍ୟାଙ୍କ ଲୁଟ୍
ବଡବିଲ୍ : ଆଜି ବଡବିଲରେ ବଡ ଧରଣର ଡକାୟତି। ଦୁର୍ବୃତ୍ତମାନେ କେନ୍ଦୁଝର ଜିଲ୍ଲା ବଡବିଲରେ ଥିବା ମହାରାଷ୍ଟ୍ର ବ୍ୟାଙ୍କରେ ବନ୍ଧୁକ ଦେଖାଇ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସୁନା ଅଳଙ୍କାର ସହ ୮ ଲକ୍ଷ ନଗଦ ରାଶି ଲୁଟି ନେଇଥିବା ସୂଚନା ମିଳିଛି । ୫ଟି ବାଇକ୍ରେ ୬ଜଣ ଦୁର୍ବୃତ୍ତ ଆସି ଲୁଟ୍ କରି ଫେରାର ହୋଇଯାଇଛନ୍ତି । ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Samir Kumar Rout