ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା : ଏସଏସବି ଯବାନଙ୍କ ସମେତ ୨ ଅଟକ
ଭୁବନେଶ୍ୱର : ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇ ଆଉ ଜଣେ ଏସଏସବି ଯବାନଙ୍କ ସମେତ ୨ ଜଣ ଅଟକ ରଖିଛି । ସିବିଆଇର ଦୁଇ ଦିନ ଜେରା ପରେ ଏସଏସବି ଯବାନ ଅର୍ଜୁନ ନାୟକ ଅଟକ । ଅର୍ଜୁନଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ଅଟକ । ଅଭିଯୁକ୍ତ ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ନିମାଇଁ । ଉଭୟଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଛି । ଗିରଫ ବିରଞ୍ଚି ନାୟକଙ୍କୁ ସିବିଆଇ ରିମାଣ୍ଡରେ ନେଇ ଜେରା କରିଛି । ଦୁଇ ଦିନ ଜେରା ପରେ ଉଭୟଙ୍କୁ ସିବିଆଇ ଅଫିସକୁ ନିଆଯାଇଛି ।