ବଢନ୍ତା ଗଛ କଟାକୁ ବିରୋଧ
ଜଟଣୀ : ସାରା ରାଜ୍ୟରେ ବନ ମହୋସôବ ସପ୍ତାହ ପାଳିତ ହେଉଥିବା ବେଳେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଆଇଓଡବ୍ଲୁ ଅଧିକାରୀଙ୍କ ଅଜବ ପଦକ୍ଷେପ ପାଇଁ ରେଳ ଷ୍ଟାଡିଅମ ବାହାରପଟେ ରାସ୍ତା କଡ଼ର ଲାଗିଥିବା ବହୁ ଗଛ ଗୁଡିକୁ ଶୁକ୍ରବାର କାଟି ପକାଯାଉଥିବା ଦେଖିବାକୁ ମିଳିଥିଲା ଓ ଏ ସମ୍ପର୍କରେ ସମାଜିକ କର୍ମୀ ଶରତ କୁମାର ରେଡ୍ଡୀ ଗଛ କାଟୁଥିବା ଲୋକଙ୍କୁ ବାରଣ କରିବାରେ ସେମାନେ କହିଥିଲେ ବିଭାଗୀୟ ନିଦେ୍ର୍ଦଶ ଦିଆଯାଇଛି ଗଛ ଗୁଡିକୁ କାଟିବା ପାଇଁ । ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠିଛି ଯଦି ବଢନ୍ତା ଗଛ ଗୁଡିକ କାଟିବାର ଥିଲା ତେବେ ଲଗାଯାଉଥିଲା କଣ ପାଇଁ । ଏହି ଘଟଣାକୁ ପରିବେଶବିତ୍ ମାନେ ତୀବ୍ର ନିନ୍ଦା କରାଯିବା ସହିତ ଏହି ଘଟଣାର ତଦନ୍ତ କରାଯିବା ଦରକାର ବୋଲି ମତ ପ୍ରକାଶ ପାଇଛି ।