ବଦଳିଲେ ରାଜନଗର ସିଡିପିଓ
ରାଜନଗର : ରାଜନଗର ବ୍ଲକର ସିଡିପିଓ ସ୍ମିତାଞ୍ଜଳି ରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରାଜନଗରରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଟେପୁଟେସନରେ ପଠାଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ(ଜିଲ୍ଲା ସମାଜ ମଙ୍ଗଳ ବିଭାଗ) ଚିଠି ନଂ- ୧୦୦୯, ତା୬.୩.୨୫ରିଖରେ ହୋଇଥିବା ନିଦେ୍ର୍ଦଶନାମାରେ ସିଡିପିଓ ଶ୍ରୀମତୀ ରାୟଙ୍କ ସ୍ଥାନରେ ପଟ୍ଟାମୁଣ୍ଡାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲକ୍ଷ୍ମୀମଣି ସିଂଙ୍କୁ ରାଜନଗରର କାର୍ଯ୍ୟନିର୍ବାହୀ ସିଡିପିଓ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଅର୍ଥନୈ÷ତିକ କ୍ଷମତା ରାଜନଗର ବିଡିଓଙ୍କ ଦିଆଯାଇଥିଲା । ଯାହାକୁ କି ପ୍ରତ୍ୟାହାର କରି ନିଆଯାଇ ପଟ୍ଟାମୁଣ୍ଡାଇ ସିଡିପିଓ ଶ୍ରମତୀ ସିଂଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ଥାଉକି, ରାଜନଗର ସିଡିପିଓ ଶ୍ରମତୀ ରାୟଙ୍କ କାର୍ଯ୍ୟକଳାପ ଓ ବ୍ୟବହାରରେ ଅତିଷ୍ଠ ହୋଇ ଚଳିତ ମାସ ୪ତାରିଖ ଦିନ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଏକ ଦାବିପତ୍ର କେନ୍ଦ୍ରପଡା ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ରାଜନଗର ସେକ୍ଟର ବୈଠକରେ ସିଡିପିଓ ଶ୍ରୀମତୀ ରାୟ କର୍ମୀମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା, ଏସଏନପି ଟଙ୍କାରୁ ଅଧାଟଙ୍କା ଦାବୀକରିବା, ଅଫିସକୁ କର୍ମୀମାନଙ୍କୁ ଡାକି ଧମକ ଚମକ ଦେବା, ଦରମା ବନ୍ଦ କରିବାକୁ ଧମକ ଦେବା ପ୍ରଭୃତି ବିଷୟରେ ଉଲ୍ଲେଖ କରିବା ସହ ସିଡିପିଓଙ୍କର ବଦଳି ଦାବି କରିଥିଲେ । ସିଡିପିଓଙ୍କୁ ବଦଳି କରାନଗଲେ କର୍ମୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ ।