ବନବିଭାଗ କାର୍ଯ୍ୟାଳୟରେ ଖତ ଖାଉଛି ଶହଶହ ଗାଡ଼ି 


 ଆସିକାରୁ ମନୋଜ ମୁନି : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା ରେଞ୍ଜ କାର୍ଯ୍ୟାଳୟରେ ଶହ ଶହ ଗାଡି ପଡି ଖତ ଖାଉଥିବା ଦେଖିବାକୁ ମିଳିଛି । ଆସିକା ରେଞ୍ଜ ଅଧୀନରେ ଧରାକୋଟ, ଶେରଗଡ଼, ଷଡ଼ଙ୍ଗୀପଲ୍ଲୀ ଏବଂ ଆସ୍କା ବନକ୍ଷେତ ରହିଛି । ଭିନ୍ନ ଭିନ୍ନ ସ୍ଥାନରୁ ଚୋରାକାଠ ଧରି ଗାଡିରେ ଚାଲାଣ କରୁଥିବା, ବନ୍ୟ ଯନ୍ତୁ ଶିକାର କରି ତାର ମାଂସ, ଛାଲ, ଚମଡାକୁ ନେଇ ବିକ୍ରି କରିବାକୁ ଅନ୍ୟତ୍ର ଯିବା ସମୟରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଧାରା ପଡ଼ିଥିଲେ । କେହି କେହି ଘଟଣାସ୍ଥଳରେ ଗାଡି ଛାଡି ଚମ୍ପଟ ମାରୁଛି । ବନ ବିଭାଗ ପକ୍ଷରୁ ସେ ଗାଡିଗୁଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ଆଣି ରଖାଯାଉଛି । ଦୀର୍ଘ ବର୍ଷ ହେଲା ଶତାଧିକ ଗାଡି ଗୁଡିକ ବନ ବିଭାଗର କାର୍ଯ୍ୟାଳୟର ପଡିଆରେ ପଡି ଖତ ଖାଉଛି । ଉକ୍ତ ଗାଡିକୁ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଏଥି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଦୀର୍ଘ ବର୍ଷ ହେଲା କରାଯାଇନାହିଁ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗାଡିକୁ ଶୀଘ୍ର ଟେଣ୍ଡର କରି ମାଲିକକୁ ହସ୍ତାନ୍ତର କରିବାକୁ ଦାବି ହେଉଛି । ଉକ୍ତ ଖତ ଖାଉଥିବା ଗାଡିର ଘଟଣା ବିଷୟରେ ଦକ୍ଷିଣ ଘୁମୁସରର ବନ ଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଗାଡିକର ସ୍ତିସ୍ଥି ପରୀକ୍ଷିଲା ପରେ ପିସିଏଫ୍ଙ୍କ ଠାରୁ ଅନୁମତି ଆଣିଲା ପରେ ସିଜ୍ ହୋଇଥିବା ଗାଡି ଗୁଡିକର ଏହାର ଟେଣ୍ଡର ପାଇଁ ବିଜ୍ଞପ୍ତି ବାହାରିବ ବୋଲି ସୂଚନା ଦେଇଛନ୍ତି ।