ବିଶ୍ୱ ମାତୃତ୍ୱ ଦିବସ ପାଳିତ 

ନୂଆପଡା : ଜିଲ୍ଲା ମୁଖ୍ୟ ଚିକିସôାଳୟ  ନୂଆପଡାଠାରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ନୂଆପଡ଼ା ଜିଲ୍ଲାର ବିଭିନ୍ନ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଏକ ଶୋଭାଯାତ୍ରାର ଶୁଭାରମ୍ଭ  କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିସôାଳୟଠାରୁ ବାହାରି ଏକତା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିସôାଳୟଠାରେ ପହଞ୍ଚିଥିଲା । ଏହାପରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡ଼ାକ୍ତର ଗୁରୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ଯୁଗ୍ମ ନିଦେ୍ର୍ଦଶକ ତଥା ନୂଆପଡା ଜିଲ୍ଲା ପାଇଁ  ଜନ ଆରୋଗ୍ୟ ଯୋଜନାର ନୋଡ଼ାଲ ଅଫିସର ଡାକ୍ତର ସ୍ମୃତିଜିତ ପଟ୍ଟନାୟକ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର, ଡି ଏମ୍ ଓ ଡାକ୍ତର ଲଳିତ ମୋହନ ବିଶି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗ ଦେଇଥିଲେ  । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ, ମୁଖ୍ୟ ବକ୍ତା ରୂପେ ମା’ମାନଙ୍କ ନିରାପଦ ମାତୃତ୍ୱ, ସ୍ୱାସ୍ଥ୍ୟକର ଜୀବନଯାପନ, ପୁଷ୍ଟିକର ଖାଦ୍ୟ, ମାନସିକ ଚାପରୁ ଦୁରେଇ ରହିବା ଓ ବିଶ୍ରାମ ନେବା ଆଦି ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ଡାକ୍ତର ଉମାକାନ୍ତ ମେହେର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସେବା ଓ ଚିକିସôା ବିଷୟରେ କହିଥିଲେ ।  ନୋଡାଲ ଅଫିସର ଡାକ୍ତର ପଟ୍ଟନାୟକ ମା’ମାନଙ୍କର ପୋଷକତତ୍ତ୍ୱ ବିଷୟରେ ଧ୍ୟାନ ଦେବା ଉପରେ ଆଲୋକପାତ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନା ମା' ମାନଙ୍କ ସେବା ଓ ଯନô ବିଷୟରେ କହିଥିଲେ । ଡିଆଇପିଆର୍ ଓ ପଣ୍ଡା ଦିବସ ପାଳନର ତାତ୍ପର୍ଯ୍ୟ ଓ ସମାଜରେ ମା’ର ଗୁରୁତ୍ୱ ବିଷୟରେ କହିଥିଲେ  । ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ । ଏଠାରେ ସୁଶିଲା ଦେବୀ ନର୍ସିଂ କଲେଜ, ଗୋପୀନାଥ  ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜର ଶିକ୍ଷକବୃନ୍ଦ ଓ  ଶତାଧିକ ସେବିକା ଛାତ୍ରଛାତ୍ରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।