ବନମାଳୀ ଶତପଥୀଙ୍କ ଜୟନ୍ତୀ
ଜଟଣୀ: ଜଟଣୀ ନଗରପାଳିକାର ଅଧକ୍ଷ ଆଧୁନିକ ସହର ନିର୍ମାଣର ଲକ୍ଷ୍ୟ ରଖିଥିବା ପ୍ରାକ୍ତନ ନଗରପାଳ ସମାଜସେବୀ ସ୍ୱର୍ଗତ ବନମାଳୀ ଶତପଥୀଙ୍କ ୧୧୨ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତାଙ୍କ ବାସଭବନ ଠାରେ ଥିବା ପ୍ରତିମୂର୍ତ୍ତର୍ିରେ ମାଲ୍ୟାର୍ପଣ ସହିତ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହିପରି ସରକାରୀ ବାଳିକା ହାଇସ୍କୁଲ୍ ଠାରେ ଅବସ୍ଥାପିତ ସ୍ୱର୍ଗତ ବନମାଳୀଙ୍କ ପ୍ରତିମୂର୍ତ୍ତି ନିକଟରେ ବନ୍ଧୁ ପରିବାରବର୍ଗ ଓ ସ୍ଥାନୀୟ ନେତୃ ମଣ୍ଡଳୀଙ୍କୁ ନେଇ ଏକ ସ୍ମୃତି ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।