ବନ୍ତରେ ଶ୍ରୀ ଅନ୍ନ ଅଭିଯାନ କର୍ମଶାଳା

 ବନ୍ତ : ବନ୍ତ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତ ଏକ ଦିବସୀୟ ସଚେତନତା ଓ ଖାଦ୍ୟ ପରିବେଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏଥିରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଆଗ୍ରହୀ ଚାଷୀ ଯୋଗ ଦେଇ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପିଠା, ଲଡ଼ୁ , ଆରସା, କୁକିଜ,କାକରା,ପୋଡ଼ ପିଠା ସମେତ ବିଭିନ୍ନ ଖାଦ୍ୟ ଉପରେ ତାଲିମ୍ ପ୍ରଦାନ କରିଥିଲେ  । ବ୍ଲକକୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନ୍ତ ବ୍ଲକ ବିଡିଓ ସୀତାକାନ୍ତ ରାଉତ, ବ୍ଳକ ଅଧକ୍ଷ ମନୋରଞ୍ଜନ ଘଡେଇ,ଜିଲ୍ଲା କୃଷି ଅଧିକାରୀ ଦିଜ୍ଜବର ସେଠୀ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଅନନ୍ୟା ବଳିଆରସିଂ, ଅତିରିକ୍ତ ବ୍ଳକ କୃଷି ଅଧିକାରୀ ସୁପ୍ରିୟା ମୁଦୁଲି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ ସମ୍ପର୍କରେ ଆଲୋକପାତ କରିଥିଲେ  । ଏହି ଅବସରରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ଷ୍ଟଲକୁ ଅତିଥି ମାନେ ବୁଲି ଦେଖିଥିଲେ ଓ ବ୍ଲକ ସଂଯୋଜକ ପର୍ଶୁରାମ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ସଂଯୋଜକ ଶାରଦା ପ୍ରସନ୍ନ ସାହୁ, ଅପୂର୍ବ ରଞ୍ଜନ ରାଉତ, ପ୍ରଭାକର ନାୟକ, ଶଶଧର ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।