ବନ୍ୟାବିପନ୍ନଙ୍କୁ ରିଲିଫ ବଣ୍ଟନ

 ପଟ୍ଟାମୁଣ୍ଡାଇ :  ଜନଶକ୍ତି ପାର୍ଟି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟାବିପନ୍ନ ତରଡ଼ିପାଳ ପଂଚାୟତ ତରଡ଼ିପାଳ ମହାଦେବ ମଲିକସାହି ଠାରେ ବିପନ୍ନମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା ।  ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ଶରତ ସାହୁ, ଧନେଶ୍ୱର ଦାସ, ଗୌତମ ବେହେରା, ବସନ୍ତ ଦାସ, ଶରତ ଖୁଣ୍ଟିଆ, ମନ୍ମଥ ସାହୁ ଦୟାନିଧି ବେହେରା ପ୍ରମୁଖ ବିପନ୍ନମାନଙ୍କୁ  ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏଥି ସହିତ ଜନଶକ୍ତି ପାର୍ଟି ନେତାମାନେ ଧୋ୍ୟାଞ୍ଚଳର ବିଭିନ୍ନ ବନ୍ୟା ବିପନ୍ନ ପଂଚାୟତ ପରିଦର୍ଶନ କରିଥିଲେ । ରାଜ୍ୟ ସରକାର ବିପନ୍ନମାନଙ୍କୁ ସମସ୍ତ ସହାୟତା ଓ କ୍ଷତିଗସ୍ତ ଚାଷୀମାନଙ୍କୁ ଋଣ ଛାଡ଼ କରିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ଦାବି କରାଯାଇଛି ।