ସୁଦାମଙ୍କୁ ‘ଶିକ୍ଷା ସୌରଭ' ସମ୍ମାନ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳାସପୁର ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷଜ ତଥା ବିଶିଷ୍ଟ ସାହିତ୍ୟକ ସୁଦାମ ଚରଣ ରାଉତଙ୍କୁ ୧୦ମ ଶବରୀ ଉତ୍ସବରେ ଶିକ୍ଷା ସୌରଭ ସମ୍ମାନ ପ୍ରଦାନ କରାଯାଇଛି । ଶୁକ୍ରବାର ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ୧୦ମ ଶବରୀ ଉତ୍ସବରେ ବରିଷ୍ଠ ଅଧିବକ୍ତା ସୂର୍ଯ୍ୟନାରାୟଣ ଦାଶ ସଭାପତିତ୍ୱ କରିଥିଲେ । ବିଚାରପତି ବିଶ୍ୱନାଥ ମହାପାତ୍ର ମୁଖ୍ୟଅତିଥି, ଗୁରୁଶ୍ରୀ ବିମ୍ବାଧର ଦାସ ଓ ସୁରେନ୍ଦ୍ର ପ୍ରସାଦ ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ୧୬ଜଣ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଉପାଧି ଓ ସମା୍ମନ ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ରାଉତଙ୍କୁ ଶିକ୍ଷା ସୌରଭ ସମ୍ମାନ ପ୍ରଦନା କରାଯିବା ସହ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।