ବରପଦା ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟକୁ ସରକାର ହାତକୁ ନିଅନ୍ତୁ : ସଭାପତି
ଭଦ୍ରକ: ଭଦ୍ରକ ବରପଦା ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟରେ ଲାଗି ରହିଥିବା ଅଚଳାବସ୍ତା ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ସୁଧୀରିବା ଆରମ୍ଭ ହୋଇଛି । କଲେଜରେ ସୁସ୍ଥ ବାତାବରଣ ସହିତ ଶିକ୍ଷା ବ୍ୟବସ୍ଥା ଉପରେ ବିଏସଇଟି ସୋସାଇଟି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଥିବା ବେଳେ ଆଜି ଦୁଇଟି ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି । ଏ ନେଇ ନୂଆ ବଜାର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଇଟି ସୋସାଇଟି ସଭାପତି ପ୍ରୟାସକାନ୍ତି ସାମଲ ସୂଚନା ଦେଇଛନ୍ତି । ତେବେ ଏହି ମହାବିଦ୍ୟାଳୟରେ ଥିବା ମୋଟ ୭୦ ଏକର ଜମି ମଧ୍ୟରୁ ୨୦ ଏକର ଜମି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଦାନ କରିବାକୁ ଘୋଷଣା କରିବା ସହିତ ଏହି ମହାବିଦ୍ୟାଳୟକୁ ଉକôଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରିବା ସହ ସରକାର ଏହି କଲେଜକୁ ନିଜ ହାତକୁ ନେବାକୁ ବିଏସଇଟି ସୋସାଇଟି ଅନୁରୋଧ କରିଛନ୍ତି । ଏପରିକି ଏ ସମ୍ପର୍କରେ ଏକ ଚିଠି ଭଦ୍ରକ ଜିଲ୍ଲାପାଳ, ସାଂସଦ, ବିଧାୟକ ଏବଂ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ସରକାର ନେଲେ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳି ପାରିବ ଏବଂ ଉନ୍ନତି ମଧ୍ୟ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
