ବରପୁତ୍ରଙ୍କ ଜୟନ୍ତୀରେ ‘ତ୍ରିରଙ୍ଗା’ ଶୋଭାଯାତ୍ରା
ତାଳଚେର: ନେତାଜୀ ଯୁଗେଯୁଗେ ସମାଜ ପାଇଁ ପ୍ରେରଣା ଉସô ଓ ତାଙ୍କ ଏହି ବଜ୍ର ଆହ୍ୱାନ ଆଜି ବି ଯୁବମାନସକୁ ସିହରିତ କରି ବ୍ରିଟଶରାଜ କବଳରୁ ଭାରତମାତାକୁ ମୁକ୍ତ କରିବାକୁ ଗଠିତ ‘ଆଜାଦହୀନ୍ଦ ପୌଜ’ ଗଠନ କରିଥିଲେ । ସାହାସ, ଶକ୍ତି ଏବଂ ସ୍ଥିରତାର ପ୍ରତୀକ ତଥା ଏକ ନିର୍ଭିକ ନେତା ଯାହାଙ୍କ ଦୃଷ୍ଟିକୋଣ ଏବଂ ଦୃଢ଼ ସଂକଳ୍ପ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଧୀନତାର ଅଗ୍ନିପ୍ରଜ୍ଜ୍ୱଳିତ କରିଥିଲା । ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମବାର୍ଷିକ ଓ ଓଡ଼ିଶାମାଟିର ଗୌରବ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମବାର୍ଷିକ ଅବସରରେ ତାଳଚେରର ଅଗ୍ରଣୀ ଅନୁଷ୍ଠାନ ବନେ୍ଦମାତାରମ୍ ଭାଉଣ୍ଡେସନ ପକ୍ଷରୁ ପୂର୍ବତନ କଣ୍ଡାଳ ସରପଂଚ ରଙ୍ଗାଧର ନାହାକଙ୍କ ଆବାହକତ୍ୱରେ ବୀର ସହୀଦମାନଙ୍କୁ ସମ୍ମାନ ଦେବା ଉଦେ୍ର୍ଦଶ୍ୟ ସହରପରିକ୍ରମା କରିଥିଲେ । ମନୋଜ ପ୍ରଧାନ, ବିରଂଚି ସାହୁ, ଗୀତିଶ ପ୍ରଧାନ, ନିରଞ୍ଜନ ପ୍ରଧାନ ଓ ବହୁ ମହିଳାଙ୍କ ସମେତ ସହସହ ଯୁବଗୋଷ୍ଠୀ ଯୋଗ ଦେଇଥିଲେ ।