ବରିଷ୍ଠ ଓଏଏସସ୍ତରରେ ବଦଳି
ଭୁବନେଶ୍ୱର : ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରାଯାଇଛି । ଶ୍ୟାମଳି ମହାପାତ୍ରଙ୍କୁ ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ, ହରିଶ ଚନ୍ଦ୍ର ନାୟକଙ୍କୁ ଏନଏଚଏମର ଅତିରିକ୍ତ ମିଶନ ନିଦେ୍ର୍ଦଶକ, ବବିତା ମହାନ୍ତିଙ୍କୁ ଏଫଇ ଓ ସିସି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅପରପକ୍ଷରେ ଉଷାରାଣୀ ଦାସଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ, ସିଓନା ମିଶ୍ରଙ୍କୁ ବିଏସଇର ସେକ୍ରେଟାରୀ ଭାବେ, ସୁମିତ୍ରା କୁମାରୀ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଆଶୁତୋଷ ସାମଲଙ୍କୁ ବୋର୍ଡ଼ ଅଫ ରେଭିନୁ୍ୟରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ, ଯୋଗେନ୍ଦ୍ର ମାଝୀଙ୍କୁ ବିଏମସି ଡେପୁଟି କମିଶନର, ଦୁର୍ଗାଚରଣ ମୁର୍ମୁଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ଡେପୁଟି ସେକ୍ରେଟାରୀ ଭାବେ, ଶାନ୍ତି ସ୍ୱରୂପ ମିଶ୍ରଙ୍କୁ ବିଏମସି ଡେପୁଟି କମିଶନର ଓ ସୁର୍ମି ସୋରେନଙ୍କୁ ନୂଆପଡ଼ା ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।