ବରିଷ୍ଠ ନାଗରିକଙ୍କ ନୂତନ ଗୃହ ଉଦଘାଟନ: ୧୦ ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ

 ଚାନ୍ଦବାଲି : ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ବ୍ଲକ ରୋଡ଼ରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଗୃହ ବୁଧବାର ଉଦଘାଟନ ହୋଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲ । ସଭାର ସଭାପତିତ୍ୱ ବରିଷ୍ଠ ନାଗରିକ ସଂଘର ସଭାପତି ଅନନ୍ତ ଚରଣ ସେଠୀ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ ସଂଘର ସମ୍ପାଦକ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ କରିଥିଲେ । ସଂଯୋଜକ ରଜନୀକାନ୍ତ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏନଏସି ଅଧକ୍ଷା ଶାନ୍ତିଲତା ସେଠୀ, ବ୍ଲକ ଅଧକ୍ଷା ମିନତୀ ସୁତାର, ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତି, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଗୋବିନ୍ଦ ଚନ୍ଦ୍ର ନାୟକ, ସଂଘର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ପ୍ରଥମେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସଭା ଆରମ୍ଭରୁ ପହଳଗାମରେ ମୃତୁ୍ୟ ହୋଇଥିବା ୨୬ ପଯ୍ୟଟକ ଓ ଯୁଦ୍ଧ ସହିଦଙ୍କ ପାଇଁ ଦୁଇ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ୮୦ ବର୍ଷରୁ ଊଦ୍ଧ୍ୱର୍ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ଥାଟୋଇ, ଦମ୍ବୁରୁ ଧର ମହାରଣା, ବଳରାମ ଦାସ, ଶ୍ରୀନାଥ ନାୟକ, ଅକ୍ଷୟ କୁମାର ପଟ୍ଟନାୟକ, ଜୟ କୃଷ୍ଣ ବଳ ଓ ଫକୀର ଚରଣ ରାଉତ । ସଂଘର ଉପସଭାପତି ମୁରଲୀ ଧର ପରିଡା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାରାପଦ ମହାନ୍ତି, ରବୀନ୍ଦ୍ର ନାଥ ରଣା, କାହ୍ନୁ ଚରଣ ମହାଳିକ, ବେଣୁଧର ନାୟକ, ଶରତ ଚନ୍ଦ୍ର ବେହେରା, ରାଜ କିଶୋର ଦାସ, ଗଙ୍ଗା ଧର ବିଶ୍ୱାଳ ସହ ବହୁ ବରିଷ୍ଠ ନାଗରିକ ସାମିଲୀ ହୋଇଥିଲେ ।