କାନ୍ଥପଡି ଭଉଣୀ ମୃତ, ଭାଇ ଗୁରୁତର
ଆନନ୍ଦପୁର : ପୁରୁଣା ମାଟି କାନ୍ଥ ପଡି ନାବାଳିକା ଭଉଣୀର ମୃତୁ୍ୟ ଘଟିଥିବା ବେଳେ, ସାନ ଭାଇ ଗୁରୁତର ହୋଇଛି । ହାଟଡିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ବଡ଼ରମ୍ପାସ ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା । ନିରାକାର ସାହୁଙ୍କ ଝିଅ ସ୍ନେହଲତା (୮)ତାଙ୍କ ଅଜା ଆନନ୍ଦ ସାହୁଙ୍କ ବଡ଼ରମ୍ପାସ ବାସ ଭବନରେ ରହି ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ । ପଡ଼ିଶା ଘରର ଛପର ଛାଆଁଣି ହେଉଥିବା ସମୟରେ ହଠାତ କାନ୍ଥଟି ଭାଙ୍ଗିଯାଇ ସ୍ନେହଲତା ଉପରେ ପଡ଼ିଥିଲା । ସ୍ନେହଲତା ଚାପି ହୋଇଯାଇଥିବା ବେଳେ ତାଙ୍କ ମାମୁଁଙ୍କ ୫ବର୍ଷୀୟ ପୁଅ ଗୁରୁତର ହୋଇଛି । ପରିବାର ଲୋକେ କାନ୍ଥ ଭିତରୁ ସ୍ନେହଲତାକୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ ନାବାଳିକ ସ୍ନେହଲତାଙ୍କ ବାପା ନିରାକାରଙ୍କର ଅଳ୍ପଦିନ ତଳେ ଦେହାନ୍ତ ହୋଇଛି ।