ବରିଷ୍ଠ ନାଗରିକଙ୍କ ବନ୍ଧୁମିଳନ
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ କରମୂଳ ସ୍ଥିତ ଐରା ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଏକ ବନ୍ଧୁ ମିଳନ ଓଡାପଡା ସ୍ଥିତ ଶରଣ ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଐରା ଅନୁଷ୍ଠାନର ନିଦେ୍ର୍ଦଶକ ଡ. ସୁରେଶ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ବନ୍ଧୁମିଳନରେ ଗିରିଧାରୀ ବରିଷ୍ଠ ନାଗରିକ ଗୃହ ଆଶ୍ୱଖୋଲ, କୁଞ୍ଜବିହାରୀ ବରିଷ୍ଠ ଗୃହ ଆନନ୍ଦ ନଗର ଢେଙ୍କାନାଳ, କୃତିବାସ ବଡ଼ପଣ୍ଡା ବରିଷ୍ଠ ନାଗରିକ ଗୃହଗଇଲୋ, ଦିଶା ବରିଷ୍ଠ ନାଗରିକ ଗୃହ ଶ୍ରଦ୍ଧାନଗର ଅନୁଗୁଳ ଅନ୍ତେବାସିନୀମାନଙ୍କର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ପ୍ରଥମେ ବରିଷ୍ଠ ନାଗରିକମାନେ ନାଧେରା ମା ରାମଚଣ୍ଡୀଙ୍କୁ ଦର୍ଶନ ଗୋକୁଳେଶ୍ୱର ଦର୍ଶନ କରିଥିଲେ । ତା’ପରେ ଶରଣ ଶ୍ରୀକ୍ଷେତ୍ର ଯାଇ ଅନ୍ତେବାସୀମାନେ ପ୍ରଭୁଙ୍କୁ ଦର୍ଶନ ସାରି ଭଂଜନ କୀର୍ତ୍ତନ କରିଥିଲେ । ସମସ୍ତ ଅନ୍ତେବାସୀ ଓ ଅନ୍ୟ ଭକ୍ତମାନେ ସାମୂହିକ ଭାବେ ପ୍ରସାଦ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡାପଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ । ବାବା ଦିନକୃଷ୍ଣ ଦାସ ସେବା ଟ୍ରଷ୍ଟ ଶରଣ ଶ୍ରୀକ୍ଷେତ୍ର ଏକ ଘରିଆ (ଚିଣ୍ଟୁ )ବାବା ସମସ୍ତ ଅନ୍ତେ ବାସୀଙ୍କୁ ଶାଢ଼ୀ ଓ ଧୋତି ବଣ୍ଟନ କରିଥିଲେ । ଦିନ କୃଷ୍ଣ ଦାସ ଟ୍ରଷ୍ଟର ବହୁ ଭକ୍ତଗଣ ସମସ୍ତ ଅନ୍ତେବାସୀଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ । ଐରା ଅନୁଷ୍ଠାନର ଚେୟାରମ୍ୟାନ ଅନ୍ତର୍ଯ୍ୟାମୀ ରଥ, ସମାଜସେବୀ ପ୍ରଦୁ୍ୟମ୍ନ ପଣ୍ଡା, ସୀତାଂଶୁ ପଣ୍ଡା, ସରୋଜ କରଣ, ଗାୟତ୍ରୀ ମିଶ୍ର, ତପସ୍ୱିନୀ ନାୟକ, କୃପାସିନ୍ଧୁ ସାହୁ, ବିଧୁଭୂଷଣ ମହାନ୍ତି, ଜ୍ୟୋତିଷଙ୍କର ମିଶ୍ର, ଅବକାଶ ଶତପଥି ନୀଳମଣି ନାୟକ ପ୍ରମୁଖ ଅନ୍ତେବାସୀଙ୍କୁ ତୀର୍ଥ ଭ୍ରମଣରେ ସହଯୋଗ କରିଥିଲେ । କମିଟି ସଭାପତି ଜୟନ୍ତ ପରିଡା ଓ ସମ୍ପାଦକ ସୁନୀଲ ପରିଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
