ବର୍ଣ୍ଣବୋଧ ଉସବ ଅନୁଷ୍ଠିତ
ଢେଙ୍କାନାଳ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରାଜ୍ୟରେ ବର୍ଣ୍ଣବୋଧ ଉସôବ ପାଳିତ ହୋଇଛି । ସଦର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ୨୫ ଜଣ ପ୍ରଧାନ ଶିକ୍ଷକଙ୍କୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂତନ ଭାବେ ମୁଦ୍ରିତ ମଧୁସୁଦନ ରାଓ ପ୍ରଣିତ ବର୍ଣ୍ଣବୋଧ ବହି ପ୍ରଦାନ କରିଥିଲେ । ଓଡ଼ିଆ ଭାଷାକୁ ଅଧିକ ଋଦ୍ଧିମନ୍ତ କରିବା ଲକ୍ଷ୍ୟରେ ଶିଶୁମାନଙ୍କୁ ବର୍ଣ୍ଣବୋଧ ପଢ଼ାଇବା ପାଇଁ ନୂତନ ଭାବେ ଏହି ପୁସ୍ତକ ମୁଦ୍ରିତ ହୋଇଛି । ପରବର୍ତ୍ତୀ ସମୟରେ ଏହି ବର୍ଣ୍ଣବୋଧ ବିଦ୍ୟାଳୟର ସମସ୍ତ ଉଦ୍ଦିଷ୍ଟ ଶିଶୁମାନଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ଶତପଥୀ ସୂଚÿନା ପ୍ରଦାନ କରିଛନ୍ତି ।