ବସ-ଟ୍ରକ ଧକ୍କାରେ ୬ ମୃତ: ମୁଖ୍ୟମନ୍ତ୍ରୀ ଓ ନବୀନଙ୍କ ଶୋକ ମିଳିବ ୪ ଲକ୍ଷ ଲେଖାଁଏ ସହାୟତା
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନାରୁ କିଛି ଦୂରରେ ଏକ ଯାତ୍ରୀବାହୀ ବସ ସହ ଟ୍ରକର ମୁହାଁମୁହିଁ ଧକ୍କା ହେବାରୁ ୬ଜଣଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ଏଥିରେ ୧୭ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବଣାଇଁ ଉପଖଣ୍ଡର କେ ବଲାଙ୍ଗ ପୁଲିସ ଷ୍ଟେସନ ଅଧୀନ ଜାତୀୟ ରାଜପଥ ୫୨୦ ସନମ୍ବୁଡୁରେ ଏକ ଟ୍ରକ ସହିତ କୋଇଡା ଯାଉଥିବା ଏକ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ସେହିପରି ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଉରକେଲାସ୍ଥିତ ପୁଲିସ ଦ୍ଭ ୭ ପୃଷ୍ଠାରେ...ବସ-ଟ୍ରକ ଧକ୍କାରେ ୬ ମୃତ...
ଡିଆଇଜି (ପଶ୍ଚିମ ରେଞ୍ଜ) ବ୍ରିଜେଶ କୁମାର ରାୟ ନିଶ୍ଚିତ କରିଛନ୍ତି ଯେ ଘଟଣାସ୍ଥଳରେ ୫ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ୨ଜଣ ପୁରୁଷ ଅଛନ୍ତି । ଅନ୍ୟ ଜଣେ ମେଡିକାଲରେ ମୃତୁ୍ୟବରଣ କରିଛନ୍ତି । ସେ ନିଶ୍ଚିତ କରିଛନ୍ତି ଯେ ଟ୍ରକ୍ ଡ୍ରାଇଭର ସମେତ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି । ପ୍ରାଥମିକ ତଦନ୍ତ ଅନୁଯାୟୀ ବସ୍ ଟି ଭୁଲ ପାର୍ଶ୍ୱରୁ ଏନଏଚ ୫୨୦ ରେ ହଠାତ୍ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଯାହା ଫଳରେ ଦୁର୍ଘଟଣା ଘଟିଥିଲା । ଧକ୍କା ଯୋଗୁଁ ବସ୍ର ସମ୍ମୁଖ ଭାଗ ଭୟଙ୍କର ଭାବେ ଭାଙ୍ଗି ଚୁରମାର ହୋଇଯାଇଛି । ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ । ପରେ ପୁଲିସ ପହଞ୍ଚô ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା । ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।