ବାଂଲାଦେଶ ସୀମାରେ ସନ୍ଦିଗ୍ଧ ସିଗ୍ନାଲ ଚିହ୍ନଟ
କୋଲକାତା: ଭାରତ-ବାଂଲାଦେଶ ସୀମା ଅଧୀନ ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ଆମେଚ୍ୟୁର ହେମ୍ ରେଡିଓ ଅପରେଟରମାନେ ଗତ ୨ ମାସ ହେଲା ବେଙ୍ଗଲୀ, ଉର୍ଦ୍ଦୁ ଏବଂ ଆରବିକ୍ ଭାଷାରେ ସନ୍ଦିଗ୍ଧ ରେଡିଓ ସିଗ୍ନାଲ ପାଇଛନ୍ତି।ବିଳମ୍ବିତ ରାତିରେ ଏଭଳି ସିଗ୍ନାଲ ଆସୁଥିବାରୁ ଏହା ଉଗ୍ରପନ୍ଥୀଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ବାଂଲାଦେଶରେ ଅଶାନ୍ତି ଲାଗିରହିଥିବା ବେଳେ ଭାରତ ବିରୋଧୀ ମନୋଭାବ ବଢ଼ି ଚାଲିଛି। ଗତ ଡିସେମ୍ବରରେ ଉତ୍ତର ୨୪ ପ୍ରଗଣାର ବସିରହାଟ୍ ଏବଂ ବଙ୍ଗାଓ ଅଞ୍ଚଳ ଏବଂ ଦକ୍ଷିଣ ୨୪ ପ୍ରଗଣାର ସୁନ୍ଦରବନରେ ଏହି ସନ୍ଦେହଜନକ ସିଗ୍ନାଲ ପ୍ରଥମେ ଚିହ୍ନଟ ହୋଇଥିଲା। ଏ ସମ୍ପର୍କରେ ଯୋଗାଯୋଗ ମନ୍ତ୍ରଣାଳୟକୁ ଅବଗତ କରାଯିବା ସହ ଏହାକୁ ଟ୍ରାକ୍ କରିବା ପାଇଁ କୋଲ୍କାତାସ୍ଥିତ ଇଣ୍ଟରନ୍ୟାଶନାଲ ମନିଟରିଂ ଷ୍ଟେଶନ(ରେଡିଓ)କୁ ପଠାଯାଇଛି।