ବାଇକ୍ ଦୁର୍ଘଟଣାରେ ୧ ମୃତ, ଜଣେ ଗୁରୁତର 

ବୁଗୁଡା: ବୁଗୁଡ଼ା ଥାନା ଅଞ୍ଚଳ ଅନ୍ତର୍ଗତ କରଚୁଲି-ମତାଝରି ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତୁ୍ୟବରଣ କରିଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛିି । ଉଭୟେ ବୁଗୁଡା ଥାନା ଅନ୍ତର୍ଗତ ତାକରଡା ଗ୍ରାମର ହୋଇଥିବା ବେଳେ ମୃତକ ଜଣକ ସାହେବ ନାୟକଙ୍କ ପୁଅ ଶିବ ନାୟକ (୨୯)  । ଗୁରୁତର ଜଣକ ହାଡୁବନ୍ଧୁ ନାୟକଙ୍କ ପୁଅ ଶିବରାମ ନାୟକ(୨୯) ବୋଲି ପ୍ରକାଶ କରାଯାଇଛି । ସୁରାଟ ଫେରନ୍ତା ଶିବ ଓ ଶିବରାମ ଉଭୟେ ଜଗନ୍ନାଥ ପ୍ରସାଦ ବ୍ଲକର ଆଜ୍ଞାପ୍ରସାଦ ଗ୍ରାମରୁ ଏକ ଜନ୍ମଦିନ ଭୋଜିରେ ଯୋଗ ଦେଇ ବିଳମ୍ବିତ ରାତିରେ ବାଇକ୍ ଯୋଗେ ଗାଁକୁ ଫେରୁଥିଲା ବେଳେ ବାଟରେ ରାସ୍ତାକଡସ୍ଥ ଏକ ବିଦୁ୍ୟତ୍ ଖୁଣ୍ଟ ସହ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣା ପରେ ଉଭୟେ ରାସ୍ତାକଡରେ ଅଚେତ ଅବସ୍ଥାରେ ପଡିରହିଥିବା ବେଳେ ସେହି ରାସ୍ତାରେ ଆସୁଥିବା ଏକ ଯାତ୍ରୀବାହୀ ଗାଡିର ଲୋକେ ଏ ମର୍ମନ୍ତୁଦ ଦୃଶ୍ୟ ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା  । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଗୁରୁତର ଜଣଙ୍କୁ ପ୍ରାଥମିକ ଚିକିସôା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିଥିବା ବେଳେ ଶବକୁ ବ୍ୟବଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।