ରେରା ଆଇନକୁ ନେଇ ବଡ଼ ବୟାନ ରାଜସ୍ବ ମନ୍ତ୍ରୀ

ରେରା ଆଇନକୁ ନେଇ ବଡ଼ ବୟାନ  ରାଜସ୍ବ ମନ୍ତ୍ରୀ

 ରେରା ଆଇନକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। ଆବଶ୍ୟକ ପଡ଼ିଲେ ବିଧାନସଭାରେ ସଂଶୋଧନ ହେବ ରେରା ଆଇନ। ରେରାକୁ ନେଇ ଯେଉଁ ଆଇନ ଅଛି ଏବଂ ଯେଉଁ ନିର୍ଦ୍ଧିଷ୍ଟ ଆଇନ ରହିବା କଥା, ତା’ର ପରୀକ୍ଷାନିରୀକ୍ଷା ଚାଲିଛି । ଏପରିକି ଯେଉଁ ଆଇନ ଓଡ଼ିଶାର ଥିଲା, ଯଦି ତା’ର ଆବଶ୍ୟକ ପଡ଼ିବ ନାହିଁ, ତାହେଲେ ତାକୁ ମଧ୍ୟ ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ସୁରେଶ ପୂଜାରୀ। ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ଜମି ଫ୍ଲାଟ ପ୍ଲଟ, ଫୁଲ୍ ପ୍ଲଟ ପ୍ଲଟିଂ କିମ୍ବା ଆପାର୍ଟମେଣ୍ଟ ବିକ୍ରିରେ ବର୍ଷ ବର୍ଷ ଧରି ଅରାଜକତା ରହିଆସିଥିଲା ।

 ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ତେବେ ଯେଉଁସବୁ ସମସ୍ୟା ଅଛି, ୫ଟି ପର୍ଯ୍ୟାୟରେ ତା’ର ସମାଧାନ ପାଇଁ ନିଷ୍ପତ୍ତି ନିଆଯିବ । ୫ହଜାର ସ୍କ୍ବୋୟାର ଫୁଟ୍ ପରିସୀମା ଜମିକୁ ଫ୍ଲାଟ ପ୍ଲଟ ଆକାରରେ ବିକ୍ରି କଟକଣା ଉଠିବ। ଯେଉଁମାନେ ପ୍ଲଟିଙ୍ଗ କରି ବିକ୍ରି କରିବେ, ପ୍ରଥମେ ରାସ୍ତା,ନାଳକୁ ରେଜିଷ୍ଟ୍ରେସନ କରି ପୌରାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିବେ । ଯେଉଁ ପ୍ରତିଶ୍ରୁତିଗୁଡ଼ିକ ବିକ୍ରି ପୂର୍ବରୁ ବ୍ୟବହାରକାରୀ ଦେବେ, ତା’ର ସୁନିଶ୍ଚିତ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ଦିଆଯିବ। ଏହାସହ ରେଜିଷ୍ଟ୍ରେସନ ଫି’ ଦୁଇଥର ଦେବାକୁ ପଡ଼ିବ ନାହିଁ। କେଉଁ ପର୍ଯ୍ୟାୟରେ ଟଙ୍କା ପୈଠ କରାଯିବ, ତାହା ତର୍ଜମା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।