ବାଣ ବିସ୍ଫୋରଣରେ ଉଡ଼ିଗଲା ଛାତ

ଯାଜପୁରଟାଉନ :  ଶୁକ୍ରବାର ରାତିରେ ଯାଜପୁର ଥାନା ଅନ୍ତର୍ଗତ ଜାଲପୁର ଗ୍ରାମରେ  ବାଣ ଭିଡ଼ା ବେଳେ ବିସ୍ଫୋରଣ ଘଟି ଉଡିଗଲା ଛାତଘର । ବିନା ଲାଇସେନ୍ସରେ ଏଠାରେ ବାଣ ତିଆରି କରାଯାଉଥିବା ଅଂଚଳବାସୀ ବିସ୍ଫୋରଣ ହୋଇଥିବା ଘର ମାଲିକ ଖଣ୍ଡନ କରିଛନ୍ତି । କାଳ ବୈଶାଖୀରେ ବିଜୁଳି ମାରି ଏଭଳି ଘଟଣା ଘଟିଛି ବୋଲି ଘର ମାଲିକ ସଫେଇ ଦେଇଛନ୍ତି । ଘଟଣାସ୍ଥଳରେ ବାଣ ଭିଡ଼ା ସାମଗ୍ରୀ ବିଛାଡି ହୋଇପଡିଥିବା ବେଳେ ଦରପୋଡା ବାଣ ମଧ୍ୟ ପଡି ରହିଛି । କାହାର କୌଣସି କ୍ଷତି ହୋଇନଥିବା ବେଳେ ଘରଟି ଧୂଳିସାତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ଏହି ଅଂଚଳରେ ବାଣ ବିଷ୍ଫୋରଣ ଘଟି ଜଣଙ୍କର ଜୀବନ ଯାଇଥିବା ବେଳେ ପୁନର୍ବାର ବିସ୍ଫୋରଣ ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।