ହାଇୱାକୁ ପିଟିଲା ମିନି ଟ୍ରକ;୨ ଗୁରୁତର
ଆନନ୍ଦପୁର: ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ । ଏଥିରେ ମିନିଟ୍ରକ ଡ୍ରାଇଭର ଏବଂ ହେଲପର ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଖବର ମତେ ଆଜି ସକାଳେ ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ଛକ୨୦ନମ୍ବର ଜାତୀୟ ରାଜପଥ ଉପରେ ହାଇୱାଟି ଛିଡା ହୋଇଥିଲା । ଏହି ସମୟରେ ପଛପଟୁ ଏକ ମିନିଟ୍ରକ ଆସି ଧକ୍କା ଦେଇଥିଲା । ଏଥିରେ ମିନିଟ୍ରକ ଭିତରେ ଥିବା ନୟାଗଡ଼ ଜିଲାର କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ଜଗତସିଂହପୁରର ସତ୍ୟବ୍ରତ ପଲେଇ ଗୁରୁତର ହୋଇଥିଲେ । ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ଉଭୟଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।