ବାରାଣସୀରେ ୨୨୦୦କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୋଦି

  ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି  । ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପବିତ୍ର ଶ୍ରାବଣ ମାସରେ ବାରାଣସୀର ପରିବାର ସହ ସାକ୍ଷାତ କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରିଛନ୍ତି । ବାରାଣସୀର ଲୋକଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ଉଲ୍ଲେଖ କରି ମୋଦି ସହରର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଶ୍ରାବଣ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ସହିତ ସଂଯୋଗ ସ୍ଥାପନ କରି ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି । 
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ବାରାଣସୀ ଗସ୍ତ  । ସେ ଏପ୍ରିଲ ୨୨ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ କହିଛନ୍ତି ଯେ, ୨୬ ଜଣ ନିଦେ୍ର୍ଦାଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା  । ଘଟଣାରେ ପୀଡିତ ପରିବାରମାନଙ୍କ ବିଶେଷକରି ସେଇ ଶିଶୁ ଓ ଝିଅମାନଙ୍କ ଦୁଃଖ ଓ ବେଦନା ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି  । ସେ ମନ୍ତବ୍ୟ ଦେଇଛନ୍ତି ଯେ, ତାଙ୍କ ହୃଦୟ ଦୁଃଖରେ ଗଭୀର ଭାବରେ ଭାରାକ୍ରାନ୍ତ ଥିଲା ଓ ସେ ସମୟରେ ସେ ସମସ୍ତ ଶୋକସନ୍ତପ୍ତ ପରିବାରକୁ ସେମାନଙ୍କର ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବାକୁ ବାବା ବିଶ୍ୱନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।  ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହା କେବଳ ଭଗବାନ ମହାଦେବଙ୍କ ଆଶୀର୍ବାଦ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଅପରେସନ ସିନ୍ଦୂରର ସଫଳତାକୁ ଭଗବାନ ମହାଦେବଙ୍କ ପାଦରେ ସମର୍ପିତ କରିଛନ୍ତି ।
ଗତ କିଛି ଦିନ ଧରି ସେ ବାରାଣସୀରେ ଗଙ୍ଗାଜଳ ବହନ କରୁଥିବା ଶିବଭକ୍ତମାନଙ୍କର ଦିବ୍ୟ ରୂପ ଅନୁଭବ କରୁଥିଲେ । ସେ ଗୌରୀ କେଦାରନାଥରୁ ଗଙ୍ଗାଜଳ ବହନ କରୁଥିବା ଯାଦବ ଭାଇମାନଙ୍କର ମନୋରମ ଦୃଶ୍ୟ ଉପରେ ମନ୍ତବ୍ୟ ଦେଇ ଏହାକୁ ଏକ ପ୍ରକୃତ ମନମୋହକ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି ।  ଡମ୍ବରୁର ଶବ୍ଦ, ଗଳିଗୁଡିକରେ ସ୍ପନ୍ଦନଶୀଳ ଉସôାହ ଭଳି ପରିବେଶକୁ  ସେ ବିରଳ ଅନୁଭୂତି ବୋଲି ବ୍ୟାଖ୍ୟା କରିଛନ୍ତି ।