ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ
ବରୀ: ସେରପୁର କ୍ଲଷ୍ଟର ପକ୍ଷରୁ ଶ୍ରୀରାମପୁର ପ୍ରକଳ୍ପ ଉପ୍ରାବିଦ୍ୟାଳୟରେ ଏବଂ କଳାମାଟିଆ କ୍ଲଷ୍ଟର ପକ୍ଷରୁ ଶହୀଦ ବିଦ୍ୟକ୍ଷପୀଠରେ ପ୍ରଥମ ବାର୍ଷିକ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହେକ୍ଷଇଯାଇଛି । ଏଥିରେ ସେରପୁର କ୍ଲଷ୍ଟରର ମୋଟ ୧୪ ଟି ସ୍କୁଲରୁ ୧୦୦ ଜଣ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ କଳାମାଟିଆ କ୍ଲଷ୍ଟରରୁ ମୋଟ ୯ ଟି ବିଦ୍ୟାଳୟରୁ ୯୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେରପୁର କ୍ଲଷ୍ଟର ୨୦ ଜଣ କଳାମାଟିଆ କ୍ଲଷ୍ଟରରେ ୧୫ ଜଣ ଏଫଏଲନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଏହି ମେଳାକୁ ବରୀ ସାଧନାକେନ୍ଦ୍ର ସଂଯୋଜକ ଜଳଧର ଖଟୁଆ, ସିଆରସିସି ପ୍ରଶାନ୍ତ ତ୍ରିପାଠୀ, ଏବିଏମ ହାଇସ୍କୁଲ ପ୍ରଧାନଶିକ୍ଷକ ପାବକ ମହାପାତ୍ର, ଚନ୍ଦ୍ରଶେଖର ହାଇସ୍କୁଲ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାତ୍ର, ନନ୍ଦିନୀ ଦେବୀ ହାଇସ୍କୁଲର ଏଚ୍ଏମ ଅଶୋକ କୁମାର ସାମଲ, ଅବସରପ୍ରାପ୍ତ ଶିକ୍ଷକ ଗୁରୁଚରଣ ମହାନ୍ତି, ପ୍ରଧାନଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ପରିଡାଙ୍କ ସଭାପତିତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଓ ଛାତ୍ରୀମାନେ ବିଭିନ୍ନ ଶିକ୍ଷୟଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ସିଆରସିସି ଅଭୟ ସେଠୀଙ୍କ ତତ୍ୱାବଧାନରେ ସହିଦପୀଠ କଳାମାଟିଆରେ ବିଆରସିସି ଜଳଧର ଖଟୁଆ ପ୍ରଧାନଶିକ୍ଷକ ସୁରେନ୍ଦ୍ର ରାଉତ, ସତ୍ୟପ୍ରକାଶ ସ୍ୱାଇଁ ପ୍ରମୁଖ ରହିଥିଲେ ।