ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା
ବନ୍ତ : ଇନ୍ଦିରା ପ୍ରିୟଦର୍ଶନୀ ପ୍ରାଥମିକ ସ୍କୁଲରେ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଅହଲ୍ୟା ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସ, ପରିଚାଳନା କମିଟି ସଭାପତି ଅଜୟ ଜେନା, ଶିକ୍ଷକ ମମତା ମହାନ୍ତି, ରମାକାନ୍ତ ବେହେରା ପ୍ରମୁଖଅତିଥି ଭାବେ ଯୋଗଦେଇ ସ୍କୁଲରେ ବାର୍ଷିକୋତ୍ସବ ଓ କ୍ରୀଡା ହେବା ଫଳରେ ପିଲା ମାନଙ୍କର ମନ ବଳ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଉସôାହିତ ହୋଇଥାନ୍ତି । ସରସ୍ୱତୀ ବେହେରା, କଳ୍ପନା ରାଉତ, ବିଜୟଲକ୍ଷ୍ମୀ ରାଉତ, ରାଜଲକ୍ଷ୍ମୀ ଦାସ, ସୁମିତ୍ରା ଜେନା, ମାଳତୀ ମୁଣ୍ଡାଙ୍କ ସମତେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।