ତ୍ରିଦିବସୀୟ ବିଶ୍ୱ ସଂସ୍କୃତି ସମ୍ମିଳନୀ ଉଦ୍ଘାଟିତ
ପୁରୀ : ଲୋକଭାଷା ପ୍ରଚାର ସମିତି, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର ପକ୍ଷରୁ ତ୍ରିଦିବସୀୟ ବିଶ୍ୱ ସଂସ୍କୃତ ସମ୍ମେଳନ ଉଦ୍ଘାଟିତ ହୋଇଛି । କେରଳ ସ୍ଥିତ ମାତା ଅମୃତାନନ୍ଦମୟୀ ଆଶ୍ରମର ପୂଜ୍ୟ ସ୍ୱାମିନୀ ସୁବିଧା ମୃତପ୍ରାଣା ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି, ବିଶିଷ୍ଟ ଅତିଥିଭାବେ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ କେରଳ ସ୍ଥିତ ଚିନ୍ମୟା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବି. ମହାଦେବନ, ସମ୍ମାନିତ ଅତିଥି ଭାବେ ଦାମୋଦର ଗୌଡ଼ୀୟ ମଠର ମଠାଧୀଶ ଶ୍ରୀପାଦ ଭକ୍ତ ବେଦାନ୍ତ ମୋଧାୟନ ମହାରାଜ ଓ ରାୟପୁର ସ୍ଥିତ ଛତିଶଗଡ଼ର ବିଧାୟକ ପୁରନ୍ଦର ମିଶ୍ର, ଶିକ୍ଷା ମନ୍ତ୍ରଣାଳୟର ସଚିବ ସୁନୀଲ କୁମାର ବରନୱାଲ, କେରଳ ସ୍ଥିତ ପ୍ରାଚ୍ୟ ବିଦ୍ୟାଶିକ୍ଷା ପ୍ରଶିକ୍ଷଣ ସଂଶୋଧନ ପ୍ରତିଷ୍ଠାନମ୍ର ମହାନିଦେ୍ର୍ଦଶକ ପ୍ରଫେସୀ ପିସି ମୁରଲୀ ମାଧବ, ଶ୍ରୀଲଙ୍କାର କେଲାନିୟା ବିଶ୍ୱବିଦ୍ୟାଳୟର ପ୍ରଫେସର ବାଡ଼ିମଙ୍ଗଲ ପନାଲୋକ, ବିଶ୍ୱ ସଂସ୍କୃତ ସମ୍ମେଳନର ଉପସଭାପତି ଆଚାର୍ଯ୍ୟ କାଶିନାଥ ନୌପାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼କ୍ଟର ସଦାନନ୍ଦ ଦିକ୍ଷୀତ । ବିଷୟ ଉପସ୍ଥାପନ କରିଥିଲେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରର ନିଦେ୍ର୍ଦଶକ ପ୍ରଫେସର ବନମାଳି ବିଶ୍ୱାଳ । ଏହି ସମ୍ମେଳନରେ ବୈଷୟିକ ଅଧିବେଶନରେ ବିଶ୍ୱ ହିତାୟ ସଂସ୍କୃତମ୍ ଶୀର୍ଷକ ଆଲୋଚନା ଚକ୍ର ସହ ଆନ୍ତର୍ଜାତୀୟ ଚର୍ଚ୍ଚା ସତ୍ର ଅନୁଷ୍ଠିତ ହୋଇଥିଲା । ବୈଷୟିକ ଅଧିବେଶନରେ ଆଚାର୍ଯ୍ୟ ଅରୁଣ ରାଜ ମିଶ୍ର, ପ୍ରଫେସର ଜୟଶଙ୍କର ଝା, ପ୍ରଫେସର ନରସିଂହ ଚରଣ ପଣ୍ଡା, ଆଚାର୍ଯ୍ୟ ସିଂ, ଏଚ୍ ସତ୍ୟନାରାୟଣ, ଡ଼କ୍ଟର ଗଗନ ଚନ୍ଦ୍ର ଦେ, ଆଚାର୍ଯ୍ୟ ବିଶ୍ୱନାଥ ମିଶ୍ର, ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରଫେସର ଗୋକୂଳେନ୍ଦ୍ର ନା, ଆଚାର୍ଯ୍ୟ ଦତ୍ତାତ୍ରୟ ମୂର୍ତ୍ତି, ପ୍ରଫେସର ଗୌରପ୍ରିୟା ଦାସ, ପ୍ରଫେସର ସଂଗୀତା ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।