ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉସବ
ବରୀ: ବରୀ ଶିକ୍ଷାମଣ୍ଡଳ ଅଧିନ ଯଜେ୍ଞଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୋଦୁଅ ଓ ପାଳସାହି ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇଛି ।
ଏହି ପୁରସ୍କାର ବିତରଣ ଉସôବରେ ଯଜେ୍ଞଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ସିଆରସି ସି ଗାୟତ୍ରୀ ଦାସ, ସମାଜସେବୀ ତାରାକାନ୍ତ ଜେନା, ସାମ୍ବାଦିକ ବିଶ୍ୱଭୂଷଣ ଜେନା, ପୂର୍ବତନ ସିଆର ସିସି ମହେନ୍ଦ୍ର କୁମାର ନାଥଶର୍ମା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କରି ଆନୁଷ୍ଠାନିକ ଭାବେ ଏହି କ୍ରୀଡ଼ା ଓ ପୁରସ୍କାର ବିତରଣ ଉସôବକୁ ଉଦଘାଟନ କରିଥିଲେ । ଛାତ୍ର ଓ ଛାତ୍ରୀ ମାନେ ବିଦ୍ୟାଳୟରେ ଭଲ ପାଠ ପଢିବା ସାଙ୍ଗକୁ ବିଭିନ୍ନ ଖେଳ କୁଦରେ ଖେଳୁଆଡ ମନୋଭାବ ପ୍ରଦର୍ଶନ କରି ଭଲ ଖେଳି ପାରିଲେ ଭବିଷ୍ୟତ ରେଜଣେ ଜଣେ ଭଲ ମଣିଷ ହୋଇ ସମାଜର ଟେକ ରଖିପାରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ । ବୋଦୁଅ ପାଳସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ମଞ୍ଚ ପରିଚାଳନା କରି ଉସôବର ଆଭିମୁଖ୍ୟ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ କପ୍ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ଖେଳରେ ଦେବସ୍ମିତା ସେଠୀ ଓ ବଣ୍ଟି ମଲ୍ଲିକ ଉଭୟ ବିଦ୍ୟାଳୟର ଚାମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ । ଏହି ଖେଳକୁ ଶିକ୍ଷୟିତ୍ରୀ ସ୍ନିଗ୍ଧା ରାଣୀ ଓଝା, ସର୍ବେଶ୍ୱର ସେଠୀ, ମୋହନ ପରମାଣିକ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ମଧ୍ୟ ସାସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।