ବାଲି ବୋଝେଇ ଟ୍ରାକ୍ଟର ଜବତ 

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତଗତ ମହୁରୀ ଛକ ନିକଟରେ ଏସ୍ଆଇ ଦେବାଶିଷ ମଣ୍ଡଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ନଂ ଓଆର ୦୧ଏଚ୍୦୨୫୫କୁ ପିଛା କରି ନଛିପୁରିଆ ଓ ମହୁରି ରାସ୍ତାରେ ଅଟକାଇଥିଲା । ତେବେ କୌଶଳ କ୍ରମେ ଡ୍ରାଇଭର ଗାଡ଼ିକୁ ରାସ୍ତା ଉପରେ ଛାଡ଼ି ଦୌଡି ପଳାଇବାକୁ ସକ୍ଷମ ହୋଇଥିଲେ । ତେବେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ୍ କରି ଥାନାକୁ ନେଇ ଆସିଥିଲା ବୈଶିଙ୍ଗା ପୋଲିସ । ଏ ସଂକ୍ରାନ୍ତରେ ବୈଶିଙ୍ଗା ଥାନାରେ କେସ୍ ନଂ ୬୭ ରୁଜୁ କରାଯାଇ ତଦନ୍ତ ଚାଲିଛି ।