ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ
ସୁକିନ୍ଦା : ବୁଦ୍ଧପୂର୍ଣ୍ଣିମା ଉପଲକ୍ଷେ ସୁକିନ୍ଦା ଅଞ୍ଚଳର ବାଲୁକା ଶିଳ୍ପୀ ସନ୍ତୋଷ ପ୍ରଧାନଙ୍କ ଦ୍ୱାରା ବାଲୁକା କଳା ପ୍ରତିମୂର୍ତ୍ତି ସୋମବାର ସ୍ଥାନୀୟ ଲୋକମାନଙ୍କୁ ଆକର୍ଷିତ କରିଛି । ହରିପୁର ଗ୍ରାମଦେବୀ ମା ପୀଠଣିଆ ମନ୍ଦିର ପରିସରରେ ୬ଫୁଟ ଉଚ୍ଚତାର ଏହି ବାଲୁକା କଳାକୃତି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗ୍ରାମାଞ୍ଚଳରେ ରହୁଥିବା ସନ୍ତୋଷ ବିନା ତାଲିମରେ ଏଭଳି କଳାକୃତି ପ୍ରଦର୍ଶନ କରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୋଣାର୍କରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳାକୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସନ୍ତୋଷ ସମ୍ମାନିତ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ ।