ନବୋଦୟ ପରୀକ୍ଷା ଫଳ ପ୍ରକାଶିତ : ଶତ ପ୍ରତିଶତ ପାସ ହାର
ପାଣିକୋଇଲି : ପାଣିକୋଇଲିସ୍ଥିତ ପି,ଶ୍ରୀ ଜବାହାର ନବେଦାଦୟର ୧୦ମ ଓ ଦ୍ୱାଦଶ ଫଳ ପ୍ରକାଶିତ ହାଇଛି । ପାସ ହାର ଶତ ପ୍ରତିଶତ ରହିଛି । ଦଶମ ଶ୍ରେଣୀରେ ମୋଟ ୭୯ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ପ୍ରତୁ୍ୟଷ ପୃଷ୍ଟି ୯୭% ମାର୍କ ରଖି ଟପର ହୋଇଥିବା ବେଳେ ଅଭିଜିତ ମହ ।ା ପତ୍ର ୯୫.୮ %ମାର୍କ ରଖି ଦ୍ୱିତୀୟ ଟପର ଓ ଚନ୍ଦନ ଲେଙ୍କା ୯୫. ୬%ମାର୍କ ରଖି ତୃତୀୟ ଟପର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ଜଣ ଓଡିଆରେ ଶହେକୁ ଶହେ ଜଣେ ଗଣିତରେ ଶହେକୁ ଶହେ ୨୦ଜଣ ୯୦ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ଦ୍ୱାଦଶ ୋ୍ରଣୀରେ ୭୩ଜଣ ପରୀକ୍ଷା ଦେଇଥିବା ବେଳେ ୭୩ଜଣ ଯାକ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଟପର ଅଂଶୁମାନ ସମାଲ ୯୬.୨%, ଦ୍ୱିତୀୟ ଟପର ଶୁଭ୍ରଜିତ ସାହୁ୯୫% ଓ ତୃତୀୟ ଟପର ଜୟଦେବ ମହାନ୍ତୋ୯୪.୮% ମାକଁ ରଖିଛନ୍ତି । ଛାତ୍ରମାନଙ୍କର ସକାଳୁ ରାତ୍ରୀ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଆଜି କୃତୀତ୍ୱ ଅର୍ଜ୍ଜନ କରିବାରେରେ ବା ସେମାନଙ୍କ ସଫଳତାର ମୂଳମନ୍ତ୍ର ବୋଲି ନବୋଦୟର ଅଧ୍ୟକ୍ଷା ଦୀକ୍ଷା ଜୋତି ମିଶ୍ର ପ୍ରକାଶ କରିଛନ୍ତି ।