ବାସ୍ତବରେ ଅଧିକ ପ୍ରତିନିଧିତ୍ୱ କାହାର
ମହାମେଘବାହନ ଐର ଖାରବେଳ ସ୍ୱାଇଁ :୨୦୨୭ରେ ଯେଉଁ ଜନଗଣନା ହେବ ବୋଲି ଘୋଷଣା କରାଯାଇଛି ତାହା ଗୋଟିଏ ନୂଆ ବିତର୍କ ନିର୍ବାଚନୀ ମଣ୍ଡଳୀ ସୀମା ନିର୍ଦ୍ଧାରଣକୁ ନେଇ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଯୁକ୍ତି କରାଯାଉଛି ଯେ, ଏହାଫଳରେ ଯେଉଁ ରାଜ୍ୟମାନେ ସେମାନଙ୍କର ଜନସଂଖ୍ୟାକୁ ନିୟନ୍ତ୍ରିତ କରି ରଖିଛନ୍ତି ସେମାନଙ୍କର ଅସୁବିଧା ହେବ । କିନ୍ତୁ ଏ ସମ୍ପର୍କରେ ଯାହା କୁହାଯାଉଛି ତାହା ସତ୍ୟ ବୋଲି ମନେ ହେଉନାହିଁ ।
ଏ ସମ୍ପର୍କରେ ଜନସଂଖ୍ୟାର ତଥ୍ୟ ୧୮୭୨ ମସିହାରୁ ଦେଖାଉଛି ଯେ, ସବୁ ଭାରତର ଅଂଚଳଗୁଡ଼ିକ ସ୍ୱାଧୀନତା ପରେ ବହୁ ଭାବରେ ଜନସଂଖ୍ୟା ଦୃଷ୍ଟିକୋଣରୁ ବିଭିନ୍ନ ସମୟରେ ବୃଦ୍ଧି ପାଇଛନ୍ତି । ଦକ୍ଷିଣ ଭାରତରେ ମଧ୍ୟ ୧୯୫୧ ପର୍ଯ୍ୟନ୍ତ ଏହି ଜନସଂଖ୍ୟାର ବୃଦ୍ଧି ଦ୍ରୁତବେଗରେ ହେଉଥିଲା ଏବଂ ତା’ ପରେ ଉତ୍ତର ଭାରତର ଜନସଂଖ୍ୟା ବଢ଼ିବାରେ ଲାଗିଲା । କେରଳ ହେଉଛି ପ୍ରଥମ ରାଜ୍ୟ ଯିଏକି ଏହାର ଜନସଂଖ୍ୟା ୧୮୮୧ରୁ ୧୯୩୧ ମଧ୍ୟରେ ଦ୍ୱିଗୁଣିତ କରିଥିଲା । ଏହା ପରେ ପରେ ଏପରି ଜନସଂଖ୍ୟା ବୃଦ୍ଧି ତାମିଲନାଡୁରେ ମଧ୍ୟ ହୋଇଥିଲା । ଏହାପରେ ୧୯୩୧ରୁ ୧୯୭୧ ମଧ୍ୟରେ କେରଳର ଜନସଂଖ୍ୟା ଦ୍ୱିଗୁଣିତ ହୋଇଥିଲା ଏବଂ ତାହା ପରେ ଏହି ଜନସଂଖ୍ୟା ବୃଦ୍ଧିରେ ଗୋଟିଏ ସ୍ଥିରତା ଆସିଥିଲା । ଯେତେବେଳେ ଏ ଧରଣର କଥା ଆଶ୍ଚର୍ଯ୍ୟଜନକ ବୋଲି ଅନେକଙ୍କ ନିକଟରେ ମନେ ହୁଏ ଏହା ହେଉଛି ସତ୍ୟ । ଏଥିରେ ଜନସଂଖ୍ୟା ବୃଦ୍ଧିର ପଦ୍ଧତି ସାରା ପୃଥିବୀରେ ଚାଲି ଆସିଛି ।
ସବୁୁଆଡ଼େ ଜନସଂଖ୍ୟା ବୃଦ୍ଧି
ଭାରତର ୪ଟି ଅଂଚଳମାନଙ୍କରେ ଜନସଂଖ୍ୟା ବୃଦ୍ଧିପାଇଛି । ଉତ୍ତର ଭାରତରେ ଜନସଂଖ୍ୟା ବୃଦ୍ଧି ୧୮୮୧ରୁ ୧୯୫୧ ମଧ୍ୟରେ ସବୁଠାରୁ ନିମ୍ନହାରରେ ବୃଦ୍ଧି ପାଇଥିଲା । ଏହି ଜନସଂଖ୍ୟା ବୃଦ୍ଧି ଘଟିବାକୁ ଦଶନ୍ଧି ଦଶନ୍ଧି ଲାଗିଥିଲା ଏବଂ ୫୦ ଦଶକରେ ଅଧିକ ହୋଇଥିଲା । ଯେତେବେଳେ ଜନସଂଖ୍ୟାର ବିସ୍ଫୋରଣ ହେଲା, ଏହା ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ନୀତି ବୋଲି କୁହାଗଲା ଯାହା ଏକ ଚିନ୍ତାର କାରଣ ଅଟେ । ପରବର୍ତ୍ତୀ କାଳରେ ଜନସଂଖ୍ୟା ବୃଦ୍ଧିର ପର୍ଯ୍ୟାୟ ଉତ୍ତର ଭାରତରେ ଭୁଲ୍ ଭାବରେ ଉପସ୍ଥାପିତ କରାଗଲା ଯାହା ଏକ ଚିନ୍ତାର କାରଣ ହେଲା । କୁହାଗଲା ଯେ, ସାମାଜିକ ଓ ସାଂସ୍କୃତିକ ପଛୁଆପଣ ଯୋଗୁଁ ତଥା ପରିବାର ନିୟନ୍ତ୍ରଣ ଯୋଜନାର ବିଫଳତା ହେତୁ ଏପରି ଘଟିଲା । ତେବେ ଭବିଷ୍ୟତ ପାଇଁ ଅଧିକ ପ୍ରମାଣ ଦିଆଗଲା ନାହିଁ ।
୧୯୭୬ ମସିହାରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣକୁ ଦୀର୍ଘ ୨୫ବର୍ଷ ପାଇଁ ରୋକି କରି ରଖାଗଲା । ମୋଟ ଉପରେ ୧୯୭୧ର ଜନଗଣନା ପରେ ଏପରି କରାଯାଇଥିଲା ଏବଂ ତା’ ପରେ ଯାଇ ୨୦୦୧ରେ ଅର୍ଥାତ୍ ୨୫ବର୍ଷ ପରେ ଜନଗଣନା କରାଗଲା । ତେଣୁ ସାମ୍ବିଧାନିକ ନୀତି ଯେ, ଗୋଟିଏ ଲୋକ ଗୋଟିଏ ଭୋଟ ଓ ଗୋଟିଏ ମୂଲ୍ୟବୋଧ ଏହାପରେ ଆଉ ନୀତି ହୋଇ ରହିନାହିଁ । ବିହାରରେ ଗୋଟିଏ ଭୋଟର ମୂଲ୍ୟ ତାମିଲନାଡୁ ବା କେରଳର ଭୋଟର ମୂଲ୍ୟ ଅପେକ୍ଷା ଅନେକ କମ୍ ଅଟେ ।
ନୀତି ନିର୍ଦ୍ଧାରକମାନଙ୍କୁ ନିଷ୍ପତ୍ତି କରିବାକୁ ହେବ ସାମ୍ବିଧାନିକ ପ୍ରତିଶ୍ରୁତିମାନ କିପରି ପାଳନ କରିବାକୁ ହେବ । ୨୦୦୧ଠାରୁ ନୀତି ନିର୍ଦ୍ଧାରକମାନେ ଏହା କରିଛନ୍ତି ଯେ, ସମ୍ବିଧାନର ପ୍ରତିଶ୍ରୁତିଗୁଡ଼ିକ ପାଳନ କରିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ ଭାବରେ ଯେତେବେଳେ ସମାନତା ହେଉଛି ଗୋଟିଏ ସାମ୍ବିଧାନିକ ଦୃଢ଼ ପୃଷ୍ଠଭୂମି ସବୁ ପ୍ରକାର ସମାନତାକୁ ହଟେଇ ଦିଆଗଲା । ସମ୍ବିଧାନର ସାଧାରଣ ସମାନତାକୁ ହଟେଇ ଦିଆଗଲା ସମାଜର ପଛୁଆ ଓ ବଂଚିତ ବର୍ଗମାନଙ୍କ ଗରିବ ଲୋକମାନଙ୍କୁ ସବ୍ସିଡି ଦିଆଗଲା ଏବଂ ପଛୁଆବର୍ଗମାନଙ୍କ ପାଇଁ ଆରକ୍ଷଣ ରଖାଗଲା । ଉଦାହରଣ ସ୍ୱରୂପ ସ୍ୱଚ୍ଛଳ ବର୍ଗମାନଙ୍କ ପାଇଁ ଏ ଧରଣର ସୁବିଧା ଦିଆଗଲା ନାହିଁ । ଗୋଟିଏ ଯୁକ୍ତି କରାଗଲା ଯେ, ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ସ୍ଥିତିକୁ ଏହା ମୁକାବିଲା କରିବାକୁ ପଡ଼ିବ ଯେ ଗୋଟିଏ ସାଧାରଣ ସମାନତାକୁ ହଟାଇ ହେବ କି ଓ ସେମାନେ ସାମାଜିକ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଭଲ ଅଛନ୍ତି କି? ତେଣୁ ଭଲ ଅବସ୍ଥାାରେ ଥିବା ଗୋଷ୍ଠୀମାନେ କୌଣସି ସୁବିଧା ପାଇବେ କି ନାହିଁ ଏହା ହେଉଛି ସମ୍ବିଧାନର କଥା । ସେତେବେଳେ ରାଜନୈତିକ ଖେଳାଳିମାନଙ୍କ ପାଇଁ ଏହା ହେଉଛି ଏକ ନିଷ୍ପତ୍ତିର କଥା । ଏହା ହେଉଛି ବଡ଼ ଗୁରୁତ୍ୱପୂର୍ଣ୍ଣ ବିତର୍କ ଯାହା ବାସ୍ତବତା ଦୃଷ୍ଟିରୁ ଏକ ଦୃଢ଼ ଭିତ୍ତି ଅଟେ । ଉତ୍ତର ଭାରତରେ ଅର୍ଥାତ୍ ହିନ୍ଦୀ ଭାଷୀ ଅଞ୍ଚଳମାନଙ୍କରେ ଜନସଂଖ୍ୟା ଅହେତୁକ ଭାବରେ ବଢ଼ିଥିଲା ଦେଶର ଅନ୍ୟ ÷ଅଞ୍ଚଳମାନଙ୍କ ଅପେକ୍ଷା । ଏହାର ଜନସଂଖ୍ୟା ବୃଦ୍ଧିର ଅଂଶ । ୨୦୦୧ପରେ ୫୦ ପ୍ରତିଶତରୁ ୨୦୧୧ରେ ୪୦ପ୍ରତିଶତ କମିିଛି । ଦକ୍ଷିଣ ଭାରତ ମଧ୍ୟ ବହୁତ ଦ୍ରୁତଗତିରେ ଜନସଂଖ୍ୟା ଦୃଷ୍ଟିକୋଣରୁ ୨୨ପ୍ରତିଶତ ବଢ଼ିଛି, ୧୯୮୧ଠାରୁ ଓ ୨୬ ପ୍ରତିଶତ ବଢ଼ିଛି ୧୯୫୧ରୁ । ୧୯୭୧ରେ ଏହାର ଜନସଂଖ୍ୟା ୨୫ପ୍ରତିଶତ ବଢ଼ିଛି । ଏହାପରେ ଏହାର ଜନସଂଖ୍ୟା କମିଛି ।
୧୮୮୧ରୁ ୧୯୭୧ଏବେ ଉତ୍ତର ଭାରତର ଜନସଂଖ୍ୟା ବୃଦ୍ଧି ସବୁଠାରୁ କମ୍ ଥିଲା । ଯାହା ହେଉଛି ୧୧୫ ପ୍ରତିଶତ । ସେତିକି ବେଳେ ଦକ୍ଷିଣ ଭାରତର ଜନସଂଖ୍ୟା ୧୯୩ପ୍ରତିଶତକୁ ବଢ଼ିଥିଲା । ସେତେବେଳେ ପଶ୍ଚିମଭାରତରେ ଜନସଂଖ୍ୟା ବଢ଼ିଥିଲା ୧୬୮ପ୍ରତିଶତ ଓ ପୂର୍ବ ଭାରତରେ ୨୧୩ପ୍ରତିଶତ । ୧୮୮୧ରୁ ୨୦୧୧ ମଧ୍ୟରେ ଉତ୍ତର ଭାରତରେ ୪୨୭ ପ୍ରତିଶତ ବଢ଼ିଥିଲା ବେଳେ ଦକ୍ଷିଣ ଭାରତରେ ୪୪୫ ପ୍ରତିଶତ, ପଶ୍ଚିମ ଭାରତରେ ୫୦୦ ପ୍ରତିଶତ ଓ ପୂର୍ବ ଭାରତରେ ୪୩୫% ବଢ଼ିଥିଲା । ବର୍ତ୍ତମାନର ଯେଉଁ ଭୁଲ ଧାରଣା ସୃଷ୍ଟିହେଉଛି ଯେ, ୧୯୭୧ଠାରୁ ଉତ୍ତର ଭାରତରେ ଜନସଂଖ୍ୟା ବଢ଼ୁଛି ଓ ଦକ୍ଷିଣ ଭାରତରେ କମୁଛି ତାହା ସତ୍ୟ ନୁହେଁ । ତେବେ ଦକ୍ଷିଣ ଭାରତରେ ଜନସଂଖ୍ୟା ବହୁ ପରିମାଣରେ ନ ବଢ଼ିବା କାରଣ ହେଉଛି ଏହାର ସାମାଜିକ ଓ ଅର୍ଥନୈତିକ ସଂକେତ ଗୁଡ଼ିକ ଯେମିତିକି କମ୍ ବିକଶିତ ଉତ୍ତର ଭାରତ ଓ ବିକଶିତ ପଶ୍ଚିମ ଭାରତ ରାଜ୍ୟମାନଙ୍କରେ ଜନସଂଖ୍ୟା ବଢ଼ୁଛି । ଜନସଂଖ୍ୟା ବୃଦ୍ଧିର ପରିବର୍ତ୍ତନ ଯାହା ଅଧିକାଂଶ ସମାଜରେ ଘଟିଥାଏ । ଦୀର୍ଘକାଳ ଧରି ଏ ସମ୍ପର୍କରେ ଗୋଟିଏ କଥାକୁ ଲକ୍ଷ୍ୟ କରିବାକୁ ପଡ଼ିବ ଯେଉଁଠି ଭାରତରେ ଜନସଂଖ୍ୟା ବିଭିିନ୍ନ ଅଂଚଳରେ କାହିଁକି ବଢ଼ୁଛି ବା ପୃଥିବୀରେ ମଧ୍ୟ ତାହା କାହିଁକି ବଢ଼ୁଛି । ଏହି ଅଭିବୃଦ୍ଧି ବିଭିନ୍ନ ବେଗରେ ଯେକୌଣସି ସମୟରେ ହେବ ନାହିଁ । ସଂସ୍କୃତି ହେଉଛି ସବୁଠାରୁ ବଡ଼ ପ୍ରଭାବ ଜନସଂଖ୍ୟାର ବୃଦ୍ଧିର ପଦ୍ଧତି ଉପରେ । ଯାହା ସାମାଜିକ ଓ ଅର୍ଥନୈତିକ ଉପରେ ଯଥେଷ୍ଟ ପରିମାଣରେ ବିବରଣୀ ଦେଇଥାଏ ।
ସାମାଜିକ ଓ ଅର୍ଥନୈତିକ ପ୍ରସଂଗଗୁଡ଼ିକ ମଧ୍ୟ ଜନସଂଖ୍ୟା ବୃଦ୍ଧିର ଏକ ମୁଖ୍ୟକାରଣ ଅଟେ । ପରିବାର ନିୟନ୍ତ୍ରଣ ନୀତି ଯାହାକୁ ଭାରତ ବର୍ଷରେ ଏତେ ଗୁରୁତ୍ୱ ଦିଆଯାଇନାହିଁ । ଏହାହେଉଛି ଗୋଟିଏ ଅସ୍ଥିର କଥା । ଯାହା ପରିବାର ନିୟନ୍ତ୍ରଣର ଗୁରୁତ୍ୱକୁ ବଢ଼ାଇଛି ୧୯୬୦ ଦଶକଠାରୁ । ଯେତେବେଳେ କେତେକ ଦାକ୍ଷିଣାତ୍ୟ ରାଜ୍ୟମାନେ ବଡ଼ ଦ୍ରୁତବେଗରେ ବଢ଼ିଚାଲିଛନ୍ତି ଓ ସେମାନଙ୍କର ଜନସଂଖ୍ୟା ବୃଦ୍ଧିର ଚରମ ସମାରେ ପହଂଚିଛନ୍ତ । ତେଣୁ କରି ସେମାନେ ଦେଖିଛନ୍ତି ଯେ, ୭୦ ଓ ୮୦ ଦଶକ ଅପେକ୍ଷା ସେମାନଙ୍କର ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ଆସିଯାଇଛି । ପରିବାର ନିୟନ୍ତ୍ରଣ ହେଉଛି ଗୋଟିଏ ବଡ଼ କଥା ୧୯୭୦ ଓ ୮୦ ଦଶକରେ । ପରିବାର ନିୟନ୍ତ୍ରଣ ହେଉଛି ଏକ ସମ୍ପୃକ୍ତ ଘଟଣା । ମୂଳକଥା ହେଉଛି ସାମାଜିକ ଓ ଆର୍ଥିକ ବିଷୟ ଯାହା ଯୋଗୁ ଜନସଂଖ୍ୟା ବୃଦ୍ଧିପାଉଛି । ପଶ୍ଚିମ ଭାରତ ବିକଶିତ ହୋଇଥିଲେ ମଧ୍ୟ ଏହାର ଜନସଂଖ୍ୟା ବୃଦ୍ଧି ଭଲ ହୋଇଛି । ଗତ ୧୫୦ ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ଓ ସମ୍ଭାବ୍ୟ ସଂସଦୀୟ ପ୍ରତିନିଧିତ୍ୱ ମଧ୍ୟ କିଛିପରିମାଣରେ ବଢ଼ିଛି ।
ଉତ୍ତର ଓ ପଶ୍ଚିମ ଭାରତର ଜନସଂଖ୍ୟା ଦୃଷ୍ଟିକୋଣରୁ ପ୍ରତିନିଧିତ୍ୱ କମ୍ ଅଟେ । ପୂର୍ବ ଭାରତରେ ମଧ୍ୟ ପ୍ରତିନିଧି ପ୍ରାୟ ସମାନ ସମାନ ଅଟେ । ଯେତେବେଳେ କି ଦକ୍ଷିଣ ଭାରତରେ ଜନସଂଖ୍ୟା ତୁଳନାରେ ପ୍ରତିିନିଧିତ୍ୱ ବହୁ ଅଧିକ ଅଟେ । ଯେତେବେଳେ ଦକ୍ଷିଣ ଭାରତରେ ଗୋଟିଏ ଲୋକସଭା ଆସନରେ ହାରାହାରି ୨୧ଲକ୍ଷ ଲୋକ ଥାନ୍ତି ଉତ୍ତର ଭରତରେ ୩୧ଲକ୍ଷ ଲୋକ ଥାନ୍ତି । ପଶ୍ଚିମ ଭାରତରେ ଗୋଟିଏ ଲୋକସଭା ଆସନର ଜନସଂଖ୍ୟା ୨୮ ଲକ୍ଷ ହୋଇଥିଲା । ଏଣୁ ବାସ୍ତବରେ କହିବାକୁ ଗଲେ ପ୍ରତିନିଧିତ୍ୱର ବିଭାଜନ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ନୁହେଁ ଏହା ଦକ୍ଷିଣ ଭାରତ ସହ ସାରା ଭାରତ ବର୍ଷର ବିଭାଜନ ହେଉଛି । ଏବେ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଯେ, ଦକ୍ଷିଣ ଭାରତର ପ୍ରତିନିଧିତ୍ୱ କମିଯାଉଛି କାରଣ ତାଙ୍କର ଲୋକସଂଖ୍ୟା କମ୍ ଅଟେ । ଏହି କାରଣ ଦୃଷ୍ଟିରୁ ଯେତେବେଳେ ଏହାର ପୂର୍ବଥର ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କରାଯାଇଥିଲା ସେତେବେଳେ ଦକ୍ଷିଣ ଭାରତର ବିଭିନ୍ନ ନିର୍ବାଚନ ମଣ୍ଡଳୀମାନଙ୍କର ସଂଖ୍ୟାକୁ କମାଯାଇନଥିଲା ଯଦିଓ ମାନେ କମ୍ ସଂଖ୍ୟାରେ ଥିଲା ଯାହା ପୂର୍ବବର୍ଣ୍ଣିତ ତଥ୍ୟରୁ ଜଣାପଡୁଛି । ଏବେ ଏ ସମ୍ପର୍କରେ ଗଭୀର ବିଚାର ମନ୍ଥନ କରାଯିବା ଉଚିତ ଏବଂ ଗଣତନ୍ତ୍ରରେ ଗୋଟିଏ ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ବହୁ ଅଧିକ ଥିଲା ବେଳେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳିରେ ବହୁ କମ୍ ରହିବା ଉଚିତ ନୁହେଁ । ଏହାର ମୁଖ୍ୟ କାରଣ ହେଉଛି ଏବେ ଜନସଂଖ୍ୟା ବୃଦ୍ଧିର ହାର ବି ସମାନ ରହୁଛି ଓ ଏହା ଆଉ ଅଧିକ ପରିମାଣରେ ବଢ଼ୁନାହିଁ । ଶିକ୍ଷା ଓ ଆର୍ଥିକ ସ୍ୱଚ୍ଛଳତା ଏହାର ମୁମ୍ୟ କାରଣ ହୋଇଛି ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ
ମୋବାଇଲ୍ -୯୪୩୭୦୨୦୨୯୦