ବାହାର ଟ୍ରକ୍କୁ ଲୋଡିଂ ଅନୁମତି ଯୋଗୁ ଉତ୍ତେଜନା
ତାଳଚେର : ତାଳଚେର କୋଇଲା ଖଣି ଗୁଡିକରେ ଟ୍ରକ ମାଲିକ ସଂଘରେ ସଭ୍ୟ ନହୋଇ କିଛି ଅସାଧୁ ସଙ୍ଘ କର୍ମକର୍ତାଙ୍କ ପାଇଁ ତାଳଚେର ବାହାର ଟ୍ରକ ଗୁଡିକୁ ଖଣି ଭିତରକୁ ବିଭିନ୍ନ ପ୍ଲାଣ୍ଟକୁ ଲୋଡ଼ିଂ ନେବାପାଇଁ ପ୍ରବେଶ କରାଯାଉଥିବାରୁ ତାଳଚେର ଟ୍ରକ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଛି । କୋଇଲା ଖଣି ଯୋଗୁଁ ତାଳଚେର ଅଞ୍ଚଳରେ ଅନେକ ଜମିପ୍ରଜା, ଯୁବକ ଓ ବ୍ୟକ୍ତି ଜୀବିକା ହରାଇ ରୁଣରେ ଖଣ୍ଡିଏ ଖଣ୍ଡିଏ ଟ୍ରକ ଆଣି କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ କରିଛନ୍ତି । କିନ୍ତୁ କିଛି ପରିବହନ ସଂସ୍ଥା ଟ୍ରକ୍ ମାଲିକ ସଙ୍ଘର କର୍ମକର୍ତା ମାନଙ୍କୁ ଧରି କୋଇଲା ପରିବହନ ବେଳେ ବାହାର ଅଞ୍ଚଳର ଟ୍ରକ ଲୋଡ଼ିଂ ଦେଉଛନ୍ତି । ସେହି ଟ୍ରକ୍ ଗୁଡିକୁ ଉଚିତ ଭଡ଼ା ନ ଦେଇ ରେଟ୍ କାଟି ଅର୍ଥ ପ୍ରଦାନ କରି ନିଜେ ମାଲାମାଲ ହେଉଛନ୍ତି । ଫଳରେ ତାଳଚେର ଟ୍ରକ ମାଲିକମାନଙ୍କ ଟ୍ରକ ଗୁଡିକ ଲୋଡ଼ିଂରୁ ବଞ୍ଚିତ ହେଉଛନ୍ତି । ତାଳଚେର ଟ୍ରକ ପରିବହନରେ ଉଚିତ ଭଡା ଓ ପର୍ଯ୍ୟାପ୍ତ କୋଇଲା, ରୋଡ୍ ସେଲ ମାଧ୍ୟମରେ ପରିବହନ କରିବା ସହ ତାଳଚେର ଅଞ୍ଚଳର ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତିରେ କୋଇଲା ପରିବହନ ପାଇଁ ସୁଯୋଗ ମିଳିବା ଇତ୍ୟାଦି ଦାବି ବାରମ୍ବାର ଆନେ୍ଦାଳନକୁ ଓହ୍ଲାଇ ଥାନ୍ତି ।ବିଭିନ୍ନସମୟରେ ଟ୍ରକ୍ ଯୋଗେ କୋଇଲା ପରିତ ରିବହନ ପାଇଁ ସଙ୍ଘ କରିଥିବା ଭଡ଼ାକୁ ଅସାଧୁ ପରିବହନକାରୀ ପ୍ଲାଣ୍ଟଗୁଡ଼ିକରୁ ମନଇଚ୍ଛା ଭଡ଼ା କାଟି କାମ କରୁଛନ୍ତି । ଫଳରେ ଟ୍ରକ୍ ମାଲିକ କ୍ଷତି ଉପରେ କ୍ଷତି ସହୁଛନ୍ତି ଓ ଟ୍ରକ ମାଲିକ ସଂଘ, ପରିବହନ ସଙ୍ଘ ପ୍ରଶାସନ ପକ୍ଷରୁ ନେଇ ଏକ ତ୍ରିପାକ୍ଷିକ ବୈଠକ କରାଯାଇଥିଲା । ବୈଠକରେ ସଙ୍ଘର ଟ୍ରକ୍ ଗୁଡିକ କିପରି ଲୋଡ଼ିଂ ପାଇବେ ସମସ୍ୟା ମ୍ପର୍କରେ ଆଲୋଚନାକରି ନିଷ୍ପରି ମୁତାବକ ସଙ୍ଘର ସଭ୍ୟମାନଙ୍କ ଲିଷ୍ଟ ତିଆରି କରି ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ ଦେବାପାଇଁ କୁହାଯାହାଇଥିଲା । ଏବଂ ସଙ୍ଘ ସମସ୍ତ ସେକ୍ଟର ସଭ୍ୟ ମାନଙ୍କ ଲିଷ୍ଟ ପ୍ରସ୍ତୁତ କରି ଦେଇଥିଲା ।ଏନେଇ କୋଇଲା ପରିବହନ କାର୍ଯ୍ୟ ସୁରୁଖୁରୁରେ ଚାଲି ଆସୁଥିଲା । ହେଲେ ସଙ୍ଘ କିଛି କର୍ମକର୍ତ୍ତା ନିଜେ କିପରି ଦିପଇସା ରୋଜଗାର କରି ମାଲେମାଲ ହେବେ ସେଚିନ୍ତାଧାରା ରଖି ବାହାର ଅଞ୍ଚଳ ଟ୍ରକ ଗୁଡ଼ୁକୁ କମ ଭଡାରେ କିପରି ଲୋଡ଼ିଂ ଦେବେ ସେନେଇ ଲିଙ୍ଗରାଜ ଓ ଭରତପୁର ସେକ୍ଟର ଦେଖିବାକୁ ମିଳୁଛି । ଯଦି ବାଡ଼ ଏଠି ଫସଲ ଖାଏ କହିବା କାହାକୁ ବୋଲି ଟ୍ରକ ମାଲିକ ମାନେ ପ୍ରକାଶ କରିଛନ୍ତି । ତାଳଚେର ଅଞ୍ଚଳରେ ମୁଖ୍ୟତଃ କୋଇଲା ପରିବହନକୁ ନେଇ ସ୍ଥାନୀୟ ଟ୍ରକ ମାଲିକମାନେ ନିଜ ଗୁଜରାଣ ମେଣ୍ଟାଉଥିବା ବେଳେ ସେମାନେ ଏବେ ପର୍ଯ୍ୟାପ୍ତ ଲୋଡି ଏବଂ ଉଚିତ ଭଡ଼ା ମଧ୍ୟ ପାଇପାରୁ ନାହାନ୍ତି ଓ ଫଳରେ ଦୁର୍ଦିନରେ ସେମାନଙ୍କ ପରିବାର ଚାଲିଛି । ଅପରପକ୍ଷରେ ଗାଡ଼ିର ଟାୟାରଠାରୁ ଆରମ୍ଭ କରି ଯାନ୍ତ୍ରାଂଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଭଡ଼ା କରାଯାଉଥିବାରୁ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ଟ୍ରକ ମାଲିକ ମାନେ ବଡଦୁଃଖର ସହ ପ୍ରକାଶ କରିଛନ୍ତି । ଯଦି ଏହାର ପ୍ରତିକାର ନକରାଯାଏ ଟ୍ରକ ମାଲିକ ମାନେ ତାଳଚେର ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟକୁ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି ।