ଫ୍ଲିପକାର୍ଟ ହବ୍ରୁ ସିସିଟିଭିର ହାର୍ଡÿଡିସ୍କ ସମେତ ୭୩ ହଜାର ଲୁଟ
ଅନୁଗୁଳ : ଅନୁଗୁଳ ସହରରେ ଚୋର,ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ପୁଲିସ ଦିନ ରାତି ଏକ କରି କ୍ରାଇମ୍ ନିୟନ୍ତ୍ରଣ ପାଇଁ ଲାଗି ପଡିଥିଲେ ମଧ୍ୟ ଚୋର, ଲୁଟେରା, ଦୁର୍ବୃତ୍ତଙ୍କ ପରବାୟ ନାହିଁ । ତେବେ ଚୋର ମାନଙ୍କର ଆଜିକାଲି ସିସିଟିଭି କ୍ୟାମେରାକୁ ଭୟ ନାହିଁ । କ୍ୟାମେରା ହାଡଡିସ୍କ ଧରିଛୁ ମାରୁଛନ୍ତି ଯାହାକି ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ଏଇଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରର ହେମସୁରପଡାରେ । ସୁଚନା ଯେ ହେମସୁରପଡ଼ା ସ୍ଥିତ ଫ୍ଲିପକାର୍ଟ ହବ୍ରୁ କିଛି ଦୁବୃର୍ତ୍ତ ପଶି ତାଲା ଭାଙ୍ଗି ଓ ସଟର ତାଡ଼ି ଲକର ରୁମରୁ ୭୩ ହଜାର ଟଙ୍କା ସହ ସିସିଟିଭିର ହାର୍ଡÿଡିସ୍କ ଚୋରି କରି ଫେରାର ହୋଇଛନ୍ତି । ସକାଳେ କର୍ମଚାରୀମାନେ ହବ୍ରେ ପହଞ୍ଚି ଦେଖିବା ବେଳକୁ ସଟର ଓ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣା ସୁଳରେ ପହଞ୍ଚି ଯାଞ୍ଚ କରିବାରୁ ଲକର ରୁମରୁ ୭୩ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା । ଏଥିସହ ପ୍ରମାଣ ନଷ୍ଟ କରିବା ଉଦେ୍ଦଶ୍ୟରେ ଦୁର୍ବୃତ୍ତମାନେ ସିସିଟିଭିର ହାର୍ଡÿଡିସ୍କ ଚୋରି କରି ନେଇଥିବା ଜଣାପଡ଼ିଛି । ଏନେଇ ଫ୍ଲିପକାର୍ଟ ହବ୍ ପକ୍ଷରୁ ଲିଖିତ ଅଭିଯୋଗ ପରେ ଅନୁଗୁଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୁଲିସ୍ ଛାନ୍ ଭିନ ଜାରି ରଖିଛି ।