ବିକାଶ ରଥ ସଚେତନତା କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତରେ ବିକାଶ ରଥ ପରିକ୍ରମା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଦିପ୍ତିମୟୀ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ ମହାନ୍ତି, ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ସମିତି ସଭ୍ୟ ରାଜଲଷ୍ମୀ ବେହେରା, ପିଇଓ ଶ୍ରୀଚରଣ ବାରିକ ସିଆରସିସି ସଞ୍ଜୟ ସାହୁ, ସିଏଚଓ ଜ୍ୟୋତିର୍ମୟୀ ନାୟକ, ଜିପିଡିଓ ରଂଜିତ ପରିଡା, ସିପି ପ୍ରିୟ ରଞ୍ଜନ ସ୍ୱାଇଁ, ପିଏଚଓ ନୃସିଂହ ଦାସ, ସମାଜସେବୀ ସୁଶୀଲ ପରିଡା ଓ ଗିରିଜା ଶଙ୍କର ସାମଲ ପ୍ରମୁଖ ସରକାରୀ ଅଧିକାରୀ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ରାସନ ଅନ୍ତୋଦୟ ଓ ଭତ୍ତା, ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ ।