ବିଚାର କରିବ ଉପରବାଲା’ ନାଟକ ମଞ୍ଚସ୍ଥ 

 କେନ୍ଦ୍ରାପଡା: କୋର୍ଟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଞ୍ଚସ୍ଥ ନାଟକ ‘ବିଚାର କରିବ ଉପରବାଲା’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତିଙ୍କ ତତ୍ୱାବଧାନରେ ନାଟକରେ ଜିଲ୍ଲା ଓକିଲ ସଙ୍ଘ ଓ ପାରାଲିଗାଲ ସ୍ୱେଚ୍ଛାସେବୀ ଅଭିନୟ କରିଛନ୍ତି । ଅନ୍ୟାୟ ବିରୋଧରେ କିପରି ଜଣେ ସାଧାରଣ ନାଗରିକ ନ୍ୟାୟ ଓ ଅନ୍ୟାୟର ମୁକାବିଲା କରି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ନ୍ୟାୟ ପାଇପାରିବ ଏହି ନାଟକରେ ସଚେତନ କରାଯାଇ ଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ସମସ୍ତ ଓକିଲ ଓ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ନାଟକରେ ପ୍ରଭାତ ପ୍ରଧାନ, ସ୍ମୃତି ରଞ୍ଜନ ସିଂହ, ଶାଶ୍ୱତ ନିର୍ମଳ ଦାସ, ପ୍ରଦିପ ଗୋଛାୟତ, ସୁଭଦ୍ରା ରାୟ ଅଭିନୟ କରିଥିଲେ