ବିଜେଡିର ଜନସମ୍ପର୍କ ପଦଯାତ୍ରା

ାା ପ୍ରଭାନୁ୍ୟଜ ।ା  ନିଆଳି:  ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୨ନଂ ଜୋନ୍ର ୬ ଗୋଟି ପଞ୍ଚାୟତ ଅଲଣା, ନୂଆଗାଁ, ନିଆଳି, ଜଲ୍ଲାରପୁର, ବାହାରଣା, କପାସି ପଞ୍ଚାୟତରେ ଚାଲୁଥିବା ପଦଯାତ୍ରାର ଅନ୍ତିମ ଦିନରେ ନୂଆଗାଁ ପଞ୍ଚାୟତ ପ୍ରାଚୀ ମଣ୍ଡପରେ ପଦଯାତ୍ରା ଶେଷ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ ଓ ସଭା ପରିଚାଳନା କରୁଥିଲେ ପ୍ରଦୀପ କୁମାର ଦାସ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ା. ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିବାବେଳେ ନିଆଳି ବ୍ଲକ୍ ବିଜେଡି ସଭାପତି ତ୍ରିଲୋଚନ ମହାନ୍ତି, ନିଆଳି ବ୍ଲକ୍ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସୌଦାମିନୀ ମହାପାତ୍ର, ନ୍ୟାୟବ୍ରତ ରାଉତ, ପ୍ରକାଶ ମହାନ୍ତି, ଅନ୍ତର୍ଯ୍ୟାମୀ ବଡୁ, ସରପଞ୍ଚ ତି୍ରନାଥ ମହାନ୍ତି, ବବିତାରାଣୀ ବେହେରା, ସୁରେଶ ପଟ୍ଟନାୟକ, ବିଜୟରାମ ପଣ୍ଡା, ଜିଲ୍ଲା ପରିଷଦ ଦେବାଶୀଷ ଷଢଙ୍ଗୀ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜର ଅଭିଭାଷଣ ରଖିଥିଲେ । ଶାସକ ଦଳର ଚାପରେ ପ୍ରଶାସନ ଯେଭଳି ଉଠ୍ ବସ୍ ନହୁଏ, ସେଥି ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସମର୍ଥôତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଜୁ ଜନତା ଦଳର ଯୁବ, ଛାତ୍ର, ମହିଳା ଓ ଏକ ହଜାରରୁ ଊଦ୍ଧ୍ୱର୍ କର୍ମୀମାନେ ଉପସ୍ଥିତ ରହିଥିଲେ । ନିଆଳିର ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରି ନିଆଳି ଥାନାର ନୂତନ ଆଇଆଇସି ବିଜୟ କୁମାର ମଲ୍ଲିକଙ୍କୁ ଭେଟି ଶାସକ ଦଳର ଚାପରେ ଯେଭଳି ଏକ ତରଫା କାର୍ଯ୍ୟ କରାନଯାଏ ଆଲୋଚନା କରିଥିଲେ । ଶେଷରେ ଆତ୍ମାର ଅଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।