ବିଜେଡିର ପ୍ରତିଷ୍ଠା ଦିବସ 

 ନାଉଗାଁ: ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ୨୮ତମ ପ୍ରତିଷ୍ଠା ଦିବସ ନାଉଗାଁ ବ୍ଲକ କାଦମ୍ବିନୀ ମଣ୍ଡପରେ ପାଳିତ ହୋଇଛି । ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ବିଜୁ ଜନତା ଦଳର ନାଉଗାଁ ବ୍ଲକ୍ ସଭାପତି ନଟବର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅନ୍ୟ ଅତିଥିଙ୍କ ଦ୍ୱାରା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଅତିଥିମାନେ ବିଜୁ ଜନତା ଦଳ କିପରି ଆଗକୁ ଆହୁରି ମଜଭୁତ ହେବା ସହିତ ଶାସକ ଦଳ ବିଭିନ୍ନ ମିଛ ପ୍ରତିସ୍ମୃତି ଦେଇ ସାଧାରଣ ଲୋକଙ୍କୁ ଯେପରି ଭୁଆଁ ବୁଲାଉଛି ତାକୁ କଡା ଜବାବ ଦେବା ଓ ତୃଣମୂଳ ସ୍ଥରରେ ଦଳକୁ ସୁସଂଗଠିତ କରିବା ତାହା ମୂଳ ଲକ୍ଷ ରହିବ ବୋଲି ନେତୃ ମଣ୍ଡଳୀ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ତେବେ ପୂର୍ବତନ ବିଧାୟକ ଶ୍ରୀ ମୁଦୁଲି କର୍ମୀଙ୍କୁ ପୂର୍ବରୁ ଲୋକ ମାନେ ବିଜୁ ଜନତା ଦଳ ପ୍ରତି ଯେପରି ନବୀନ ପଟ୍ଟନାୟକ ପ୍ରତି ଆସ୍ତା ଓ ବିଶ୍ୱାସ ରହିଥିଲା ସେପରି ଆଗକୁ ରହିବ ସେଥିପାଇଁ ସମସ୍ତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତଅତିଥି ଭାବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାଶଙ୍କ ସହିତ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ନାଉଗାଁ ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ଅମିତା ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତି ରଞ୍ଜନ ସ୍ୱାଇଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବିଜୁ ଯୁବ ଜନତା ଦଳ ଛାତ୍ର ସଭାପତି ସମ୍ବିତ ଲେଙ୍କା ନାଉଗାଁ ବ୍ଲକ୍ ଉପାଧ୍ୟକ୍ଷ ସୁଜିତ ପୁହାଁଣ, ନାଉଗାଁ ବ୍ଲକ୍ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ବେହେରା, ନାଉଗାଁ ବ୍ଲକ୍ ଚେୟାରମ୍ୟାନ ପ୍ରତିନିଧି ଦିଲ୍ଲୀପ ଲେଙ୍କା ଓ ନାଉଗାଁ ବ୍ଳକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ନିର୍ବାଚନ ମଣ୍ଡଳୀ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତଥିଲେ ।