ମୋହରିର ଦିବସ ପାଳିତ
ଭଦ୍ରକ : ଭଦ୍ରକ ପୁରୁଣା କୋର୍ଟରେ ଥିବା ମୋହରିର ସଦନ ପରିସରରେ ନିଖିଳ ଉକôଳ ମୋହରିର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ମୋହରୀର ସଂଘ ପକ୍ଷରୁ ବରିଷ୍ଠ ଅବସରପ୍ରାପ୍ତ ପୂଜ୍ୟପୂଜା ବୟସ୍କ ମୋହରିରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୋହରିରମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ଅବସର ପରେ ପେନସନ ପ୍ରଦାନ ଉପରେ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଥିଲା ।ଭଦ୍ରକ ମୋହିରିର ସଂଘ ସମ୍ପାଦକ ରାମଚନ୍ଦ୍ର ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ସଭାରେ ଜିଲ୍ଲା ଟିମ ସଭାପତି ସର୍ବେଶ୍ୱର ଜେନା, ପୂର୍ବତନ ସମ୍ପାଦକ ନିଶାକର ସାହୁ, ସହ ସମ୍ପାଦକ ଜଗବନ୍ଧୁ ମହାନ୍ତି, ନରେନ୍ଦ୍ର ଦାସ, ଗୋବିନ୍ଦ ରାଉତ, ପ୍ରସନ୍ନ କୁମାର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ବରିଷ୍ଠ ବୟସ୍କ ମୋହରିର ଜଗବନ୍ଧୁ ବାରିକ, ଗୋପାଳ ଚରଣ ଗାହାଣ, ପ୍ରଫୁଲ୍ଲ କୁମାର ଦାସ, ଯୋଗେଶ ଚନ୍ଦ୍ର ପାଢ଼ୀ, ଶମ୍ଭୁନାଥ ଦୀକ୍ଷିତ, ପ୍ରସନ୍ନ ଦାସ, ଦେବେନ୍ଦ୍ର ପ୍ରସାଦ ସାହୁ, ଶୁକଦେବ ବାରିକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭା ପ୍ରାରମ୍ଭରେ ସ୍ୱର୍ଗତ ଦିବଂଗତ ମୋହରିରଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିବାବେଳେ ମୋହରିର ଅଶୋକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।