ବିଜେଡି ନେତା ପତ୍ନୀଙ୍କ ବିୟୋଗ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ଼ରାମୁଣ୍ଡା ଗ୍ରାମରେ ବସବାସ କରୁଥିବା ବରିଷ୍ଠ ବିଜେଡି ନେତା ସଚିତ କୁମାର ଚଳାନଙ୍କ ସହ ଧର୍ମିଣୀ ସବିତା ଚଳାନ(୬୨)ଙ୍କର ପରଲୋକ ହୋଇଯାଇଛି । ସେ ମଧୁମେହ ରୋଗରେ ପୀଡିତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ଦୁଇ ପୁଅ ସୌମ୍ୟରଂଜନ ଚଳାନ ଓ ସମୀର ରଞ୍ଜନ ଚଳାନ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।