ବିଜେପିର ସଂଗଠନ ପର୍ବ କର୍ମଶାଳା
ଅନୁଗୁଳ: ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ତପସ୍ୟା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସରକାର ଗଠନ ହୋଇପାରିଛି । ବିକଶିତ ଓଡିଶା ବିକଶିତ ଭାରତ ଗଠନରେ ସଂଗଠନର ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଅନୁଗୁଳ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟ ଉପ ସଭାପତି ପ୍ରାକ୍ତନ ବିଧାୟକ ନାଉରି ନାୟକ ପ୍ରକାଶ କରିଛନ୍ତି । ସଂଗଠନକୁ ସର୍ବସ୍ପର୍ଶୀ କରିବା ପାଇଁ ସବକା ସାଥ, ସର୍ବ ସନ୍ମତିରେ ସଂଗଠନ ପର୍ବ ମାଧ୍ୟମରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ନାୟକ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ବୁଥ ସ୍ତରରୁ ମଣ୍ଡଳ ଓ ଜିଲ୍ଲା ରେ ସାମୁହିକ ଭାବେ ଚୟନ କରି ନିର୍ବାଚନ ପ୍ରକ୍ରିୟାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ସେ ପରାମର୍ଶ ଦେଇଥିଲେ । ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ ଯୋଗଦେଇ ଅନୁଗୁଳ ଜିଲ୍ଲାରେ ଅଦ୍ୟାବଧି ଦୁଇଲକ୍ଷରୁ ଉଦ୍ଧ୍ୱର୍ ଲୋକ ବିଜେପିର ସଦସ୍ୟତା ଗ୍ରହଣ କରିସାରିଲେଣି । ଆଗାମୀ ଦିନରେ ଆମେ ଆମ ଲକ୍ଷ୍ୟ ପୂରଣ କରିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖନ୍ତୁ ବୋଲି କହିଥିଲେ । ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ବୁଥ କମିଟି ଗଠନ, ମଣ୍ଡଳ କମିଟି ଗଠନ ଓ ଜିଲ୍ଲା କମିଟି ଗଠନ ପର୍ଯ୍ୟାୟକ୍ରମେ ଡିସେମ୍ବର ମାସ ମଧ୍ୟରେ ସାରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଗତଥର ୪୨ଲକ୍ଷ ସଦସ୍ୟ ହୋଇଥିଲା ବେଳେ ବିଗତ ସାତ ସପ୍ତାହ ମଧ୍ୟରେ ୫୨ଲକ୍ଷ ସଦସ୍ୟ ହୋଇ ସାରିଲେଣି । ରାଜ୍ୟରେ ଏକ କୋଟି ସଦସ୍ୟତା ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ଆଊ କମ ଦିନ ମଧ୍ୟରେ ଆମମାନଙ୍କ ପରିଶ୍ରମରେ ସଫଳ ହେବ ବୋଲି ସେ କହିଥିଲେ । ଅନୁଷ୍ଠିତ ଉକ୍ତ ସଂଗଠନ ପର୍ବ କର୍ମଶାଳାରେ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ସକ୍ରିୟ ସଦସ୍ୟତା ପ୍ରମୁଖ ନୃସିଂହ ବରାଳ, ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ ଓ ପ୍ରକାଶ ମହାରଣା, ଜିଲ୍ଲାର ସହ ନିର୍ବାଚନ ଅଧିକାରୀ ସୁଦିପ ଗଡ଼ନାୟକ ଓ ପ୍ରଭାତ ପ୍ରଧାନ ପ୍ରମୁଖ ଯୋଗଦେଇ ସଂଗଠନ ପର୍ବ କର୍ମଶାଳାରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ସଦସ୍ୟତା ସହଯୋଗୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।