ବିଜେପି ନଗର ମଣ୍ଡଳର କର୍ମକର୍ତ୍ତା ଚୟନ
ଦେବଗଡ଼ : ଦେବଗଡ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନଗର ମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ଦେବଗଡ ନଗର ମଣ୍ଡଳ ସ୍ତରୀୟ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟୀ ଦେବଗଡ ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଜେପି ନଗର ମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହି ବିଜେପି ସଂଗଠନକୁ କିଭଳି ଅଧିକ ସୁଦୃଢ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଜେପି ନଗର ମଣ୍ଡଳର କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ଭାବେ ପ୍ରତାପ କୁମାର ପଣ୍ଡା ଓ ଜଗନ୍ନାଥ ବେହେରା, ଉପସଭାପତି ଭାବେ ରମଣୀ ରଞ୍ଜନ ଆଚାର୍ଯ୍ୟ, ଦେବାଶିଷ କର, ମହେନ୍ଦ୍ର କୁମାର ରଣା, ମଧୁସୂଦନ ବାଘ, ସ୍ୱିଟୀ ନାୟକ ଓ ପଦ୍ମିନୀ ପାତ୍ର, ସମ୍ପାଦକ ଭାବେ ଆଲୋକ କୁମାର ଦ୍ୱିବେଦୀ, ଐଶ୍ୱର୍ଯ୍ୟ କୁମାର ପଣ୍ଡା, ପ୍ରଦୀପ ଭୋଇ, ଦଳଗଞ୍ଜନ ପ୍ରଧାନ, ଶତୃଘ୍ନ ପାତ୍ର ଓ ସୁମନ୍ତ ଭୋଜ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ ।