ଷ୍ଟ୍ରକ୍ଚର-ଥାନା ଛକ ରାସ୍ତା ମରଣଯନ୍ତା 

 ରାଜକନିକା : ରାଜକନିକା ବ୍ଲକ ସଦର ମହାକୁମାରେ ଥିବା କଣ୍ଟପଡା ସଂଲଗ୍ନ ଷ୍ଟ୍ରକ୍ଚର ଛକରୁ ଥାନା ଛକ ଯାଏ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ଲୋକ ଗାଡି ମଟର ନେଇ କଣ୍ଟପଡା ବଜାର, ବସ୍ ଷ୍ଟାଣ୍ଡ, ଏସ୍ଏନ୍ କଲେଜ, ଆର୍ଏନ୍ ହାଇସ୍କୁଲ, ଥାନା, ବ୍ୟାଙ୍କ, ଫାୟାର ଷ୍ଟେସନ, ଆଦର୍ଶ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଷ୍ଟାଡିଅମ, ବ୍ଲକ, ତହସିଲ ଓ ମେଡିକାଲ ଆଦି କୁ ଯାତାୟାତ କରିଥାନ୍ତି । ଏବେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଖାଲଖମା ହୋଇଥିବାରୁ ଅସରାଇ ବର୍ଷା ହେଲେ ପାଣି ଜମି ରହୁଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହଉଛନ୍ତି । ନିମ୍ନମାନ ର କାମ ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ରାସ୍ତାର ଏହି ଭଳି ଅବସ୍ଥା ଦେଖା ଦେଇଛି ବୋଲି ଅଭିଯୋଗ ହେଉଛି । ଏଣୁ ବିଭଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।