କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ବଣ୍ଟନ

ସିଂହପୁର : ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସ ପକ୍ଷରୁ ବିଞ୍ଝାରପୁର ବିଧାନସଭା ଆସନ ପାଇଁ ଆଶାୟିଥିବା ପ୍ରାର୍ଥୀନୀ ବନିତା ଦାସଙ୍କ ନେତୃତ୍ୱରେ ପ୍ରୀତିପୁର ଅଞ୍ଚଳରେ କଂଗ୍ରେସର ଗ୍ୟାରେଣ୍ଟି କାଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନିତା ପ୍ରୀତିପୁର, ଅଳକୁଣ୍ଡ ଆଦି ପଞ୍ଚାୟତର ଜନ ସାଧାରଣଙ୍କୁ ଭେଟି କଂଗ୍ରେସ ସରକାରକୁ ଫେରିଲେ କଣ ସବୁ ଲୋକାଭିମୁଖି କାର୍ଯ୍ୟ କରାଯିବ ସେଥିନେଇ ଗ୍ୟାରେଣ୍ଟି କାଡ ବଣ୍ଟନ କରିଥିଲେ । ବନିତାଙ୍କ ସହିତ ପ୍ରକାଶ ଦାସ ସାମିଲ ଥିଲେ ।