ବିଜେପି ନେତାଙ୍କ ପିତୃ ବିୟୋଗ
ତାଳଚେର : ତାଳଚେରର ବରିଷ୍ଠ ବିଜେପି ନେତା ସନ୍ଥପଡା ପଞ୍ଚାୟତର ଶିଖର ସାମଲଙ୍କ ପିତା ମାଗୁଣି ସାମଲ (୮୫)ଙ୍କର ବିୟୋଗ ଘଟିଛି । ତାଙ୍କର ମୃତୁ୍ୟରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବରିଷ୍ଠ ନେତା କାଳନ୍ଦି ସାମଲ ଗଭୀର ଶୋକ ପ୍ରକଟ କରିଛନ୍ତି । ବିଜେପି ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସରପଞ୍ଚ ସହଦେବ ସାହୁ, ଜଗଦୀଶ ମିଶ୍ର, ଲଲାଟେନ୍ଦୁ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ତାଙ୍କ ବାସଭବନରେ ପହଞ୍ଚô ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।