ବିଡିଓଙ୍କୁ ଘେରିଲା ବିଜେପି

 ବିଞ୍ଝାରପୁର : ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଠିକଣା ଢଙ୍ଗରେ କାର୍ଯ୍ୟ କରିବା ପାଇଁ ବିଡିଓଙ୍କୁ ଘେରିବା ସହିତ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛି ବିଜେପି ପ୍ରତିନିଧି ମଣ୍ଡଳୀ । ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ବ୍ଲକରେ କାର୍ଯ୍ୟକାରୀ ଥିବା ବିଭିନ୍ନ ସରକାରୀ ଯୋଜନା ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଯାଉଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ତଦନ୍ତ କରି ଯୋଗ୍ୟ ହିତାଧୀକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ ସେନେଇ ଦାବି କରିଛି ବିଜେପି । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯେମିତି ଯୋଗ୍ୟ ହିତାଧୀକାରୀ ସ୍ଥାନ ପାଇବେ ସେନେଇ ବିଡିଓ ତତ୍ପର ହେବାକୁ ବିଜେପି ଦାବି କରିଛି । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପକୁ ଗ୍ରାମସଭା ମାଧ୍ୟମରେ ଚୟନ କରାଯାଉନଥିବା ଅଭିଯୋଗ କରିଥିଲେ । ସରକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ  ନିଜ ସୁବିଧା ଅନୁଯାୟୀ ଏହି ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ଏଜେନ୍ସି ଦ୍ୱାରା କରାଯାଉଥିବା ଅଭିଯୋଗ ଆଣିଛି ବିଜେପି । ବବିତାଙ୍କ ସମେତ ନିରଞ୍ଜନ ବେହୁରିଆ, ଜ୍ୟୋତିପ୍ରକାଶ ନାୟକ, ବିତନା ସରପଂଚ ରମେଶ ମଲ୍ଲିକ, ପୁରୁଷୋତମ ବେହେରା, ରବିନ୍ଦ୍ର ପଣ୍ଡା, ବିଜନ ସାମଲ, ତରୁଣ ସାହୁ, ଶିବ ପ୍ରସାଦ ଧଳ, ମନୋରଞ୍ଜନ ସାହୁ, ସଞ୍ଜୟ ପତି, ସୁନିଲ ସାହୁ, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।