ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନାଚକ୍ର
ନୂଆପଡା : ଖଡ଼ିଆଳ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ମାନବ ବିଜ୍ଞାନ ବିଭାଗ ପକ୍ଷରୁ ସାଂପ୍ରତିକ ପରିପ୍ରେକ୍ଷୀରେ ଆଧୁନିକ ଯୁଗରେ ମାନବ ବିଜ୍ଞାନ, ଅଭ୍ୟାସ ଏବଂ ଆହ୍ୱାନ ପ୍ରସଙ୍ଗରେ ଏକଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ.ଅକ୍ଷୟ ସାହୁ ଉଦଘାଟକ ଭାବେ ଯୋଗଦେଇ ସମ୍ପାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଡ.ରାଜକିଶୋର ମହାନା ଉପନିବେଶ ବିକଳ୍ପୀକରଣ ଭାରତରେ ମାନବ ବିଜ୍ଞାନ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଭାରତରେ ମାନବ ବିଜ୍ଞାନକୁ ଅଣଉପନିବେଶୀକରଣ କରିବା ଏବଂ ଏହି ଶୃଙ୍ଖଳାର ଉପନିବେଶବାଦୀ ମୂଳ ୟୁରୋକେନ୍ଦ୍ରିକ ପକ୍ଷପାତକୁ ସମାଲୋଚନାମୂଳକ ଭାବରେ ପରୀକ୍ଷା କରିବା, ଯାହାର ଲକ୍ଷ୍ୟ ହେଉଛି ଭାରତୀୟ ସଂସ୍କୃତି ଏବଂ ସମ୍ପ୍ରଦାୟର ଅଧ୍ୟୟନ ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତ ଏବଂ ସମାନ ଦୃଷ୍ଟିକୋଣ ସୃଷ୍ଟି କରିବା, ସ୍ୱାୟତ୍ତ ଶାସନ ଏବଂ ଆଦିବାସୀ ଜ୍ଞାନକୁ ମଧ୍ୟ ପ୍ରୋସôାହିତ କରିବା ଉପରେ ଆଲୋକପାତ କରିଥିଲେ । ମହାତ୍ମା ଗାନ୍ଧୀ ଅନ୍ତରାଷ୍ଟ୍ରିୟ ହିନ୍ଦୀ ବିଶ୍ୱ ବିଦ୍ୟାଲୟ ବରଦାର ଡ. ନିଶୀଥ ରାୟ ଅନଲାଇନ୍ ରେ ହୋମୋ ସାପିଏନ୍ସ ଏବଂ ସାମାଜିକ ଗଣମାଧ୍ୟମ ଏକ ମାନବ ଶାସ୍ତ୍ରୀୟ ଆଲୋଚନା କରିଥିଲେ ।କେମିତି ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଡିପ୍ରେସନ, ଚିନ୍ତା ଏବଂ କମ ଆତ୍ମସମ୍ମାନ ସହିତ ଜଡିତ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ । ସୋସିଆଲ ମିଡିଆ ମଧ୍ୟ ଏକାକୀତା ଏବଂ ଏକାକୀତା ଭାବନାକୁ ବୃଦ୍ଧି କରିପାରେ, କାରଣ ବ୍ୟବହାରକାରୀ ମାନେ ସେମାନଙ୍କ ଅନଲାଇନ୍ ସମ୍ପ୍ରଦାୟରୁ ବିଚ୍ଛିନ୍ନ ଅନୁଭବ କରିପାରନ୍ତି ଏହା ଉପସ୍ଥାପନା କରିଥିଲେ । ମାନବ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ ତଥା ଆଲୋଚନାଚକ୍ରର ଆବାହକ ଡ. ଶିବ୍ କୁମାର ଆଲୋଚନାଚକ୍ରର ଅଭିଲକ୍ଷ୍ୟ ଓ ଉଦେ୍ଦଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।