ୱାକଥନ୍-୨୦୨୫ ଅନୁଷ୍ଠିତ

 ପୁରୀ : ପୁରୀ ସମବାୟ ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏକ ୱାକଥନ୍ ଅନୁଷ୍ଠିତ ହୋଇଯାଇଛି  । ଡିଡିଏସ୍ (ନାବାର୍ଡ଼) ସଂସ୍କୃତି ପୃଷ୍ଟି ପତାକା ଦେଖାଇ ରାଲିକୁ ଉଦ୍ଘାଟନ କରିଥିଲେ  । ଏହି ରାଲିରେ ୫୦ରୁ ଉଦ୍ଧ୍ୱର୍ ମହିଳା ଅଂଶଗ୍ରହଣ କରିଥିଲେ  । ଏହି ରାଲି ସମବାୟ କାର୍ଯ୍ୟାଳୟଠାରୁ ବାହାରି ଭିଆଇପି ରୋଡ଼ ଦେଇ ସାଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା  । ଏହି ଅବସରରେ ଡେପୁଟି ରେଜିଷ୍ଟର କୋ-ଅପରେଟିଭ ସୋସାଇଟି ସୁନୀତା ପତି, ସିନିୟର ଏଆରସିଏସ୍ ସ୍ୱରୂପ କର, ଏଆରସିଏସ୍ ସନାତନ ବେହେରା, ବ୍ୟାଙ୍କ ସେକ୍ରେଟାରୀ ବନଶ୍ରୀ ମଲ୍ଲିକ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ସେନାପତି ପ୍ରମୁଖ ଯୋଗଦେଇଥିଲେ ।