ବିଦୁ୍ୟତ୍ ଦର ବୃଦ୍ଧି ପ୍ରତିବାଦରେ ଆନେ୍ଦାଳନ ଡାକରା
କୁଆଖିଆ : ରାଜ୍ୟରେ ବିଦୁ୍ୟତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ପକ୍ଷରୁ ୟୁନିଟ୍ ପିଛା ୫୪ ପଇସାଦର ବୃଦ୍ଧି କରାଯାଇଛି । ଏହା ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନା ଟାଟା ପାୱାର କେହି ଏକଥାକୁ ଧ୍ୟାନ ଦେଇନାହାନ୍ତି । ଫଳରେ ଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ବିରୋଧ କରାଯାଉଥିବା ବେଳେ କୁଆଖିଆ ବିଦୁ୍ୟତ ଖଣ୍ଡ ଉପଭୋକ୍ତା କମିଟି ପକ୍ଷରୁ ଆନେ୍ଦାଳନ ଡାକରା ଦେଇଛି । ଏଥିପାଇଁ ଚଳିତ ଫେବୃଆରୀ ୨୮ ତାରିଖ ଦିନ କୁଆଖିଆ ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯିବାକୁ ନିଷ୍ପତି ହୋଇଛି । ଏହି ଉପଲକ୍ଷେ କୁଆଖିଆ ଠାରେ ସଭାପତି ପ୍ରହଲ୍ଲାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଅମୁଲ୍ୟ କୁମାର ବରାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବର୍ଦ୍ଧିତ ବିଲ୍ ବିରୁଦ୍ଧରେ ବିକ୍ଷୋଭର ଉଦେ୍ଦଶ୍ୟ ଓ ରୁପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବାରମ୍ବାର ପାୱାର କଟ୍ କରିବା ସହିତ ସାଧାରଣ ଗ୍ରାହକଙ୍କୁ ବିଭିନ୍ନ ବାଟରେ ଶୋଷଣ ଓ ହରକତ୍ କରୁଥିବା ଟାଟା ପାୱାରର ଜନସ୍ୱାର୍ଥ ବିରୋଧୀ ପଦକ୍ଷେପକୁ ବୈଠକରେ ଦୃଢ ନିନ୍ଦା କରାଯିବା ସହିତ ତୁରନ୍ତ ଏହି ଦରବୃଦ୍ଧି ନିଷ୍ପତିକୁ ପତ୍ୟାହାର କରିବାକୁ ଦାବୀ କରାଯାଇଥିଲା ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆସନ୍ତା ୨୮ତାରିଖରେ ଏକ ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରେ କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା, ସଂପାଦକ କୈଳାସ ଚନ୍ଦ୍ର ମଲିକ,ପୁର୍ବତନ ସଂପାଦକ କାଳନ୍ଦୀ କଣ୍ଠ, ରମେଶ ଚନ୍ଦ୍ର ପତି, ଦେବେନ୍ଦ୍ର ପାଢୀ, ପ୍ରବୀର ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଏହି ବିକ୍ଷୋଭରେ ଅଧିକରୁ ଅଧିକ ବିଦୁ୍ୟତ ଉପଭୋକ୍ତାଙ୍କୁ ସାମିଲ କରିବାକୁ ମତ ରଖିବା ସହିତ ଏହାକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ।