ବିଦୁ୍ୟତ ଆଘାତରେ ମାଙ୍କଡ଼ ମୃତ
ରଗଡ଼ି: ସୋମବାର ବିଦୁ୍ୟତ ଆଘାତରେ ଏକ ମାଙ୍କଡ଼ର ମୃତୁ୍ୟ ଘଟିଛି । କୋରେଇ ବ୍ଲକ ଅନ୍ତର୍ଗତ ରଗଡି ଛକରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ପାତି ମାଙ୍କଡ଼ । ସଙ୍ଗବଦ୍ଧ ଭାବେ କିଛି ମାଙ୍କଡ଼ ଗଛଡ଼ାଳରେ ଡିଆଁ ଡେଇଁ କରୁଥିବା ବେଳେ ତା ଭିତରୁ ଏକ ମାଙ୍କଡ଼ ନିକଟରେ ଯାଇଥିବା ୧୧କେଭି ତାର ଉପରେ ପଡିଯାଇଥିଲା । ତଳେ ନପଡିଯିବା ପାଇଁ ଅନ୍ୟ ଏକ ତାରକୁ ଧରି ପକାଇବା କ୍ଷଣି ତା ବିଦ୍ୟୁତ ପ୍ରବାହିତ ହୋଇଥିଲା । ଏଥିରେ ତାର ଶରୀର ଗୋଡ଼ ହାତ ଜଳିଯାଇ ସେ ତଳେ ଖସି ପଡିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ତାର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଅଞ୍ଚଳର ସୁଦର୍ଶନ ପଣ୍ଡା, ପ୍ରତାପ ସେଠୀ, ବାପୁନୁ ଆଚାର୍ଯ୍ୟ, ଉକôଳ ରାଉତ ଓ ସୁବ୍ରତ ବାରିକ ପ୍ରମୁଖ ରୀତିନୀତି ଅନୁଯାୟୀ ମାଟିରେ ପୋତି ମାଙ୍କଡ଼ର ସଂସ୍କାର କରିଥିଲେ ।